ଇଣ୍ଟରନେଟ୍‌ ଅପରାଧ: ୨୦ଟି ରାଷ୍ଟ୍ରର ତାଲିକାର ଚତୁର୍ଥ ସ୍ଥାନରେ ଭାରତ

ହାଇଦ୍ରାବାଦ: ଦେଶରେ ଦିନକୁ ଦିନ ଇଣ୍ଟରନେଟ୍‌ ଅପରାଧ ବଢୁଥିବା ବେଳେ, ଶିକାର ହେଉଛନ୍ତି ଅନେକ ଲୋକ | ଆମେରିକାର ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେସନ୍‌ (ଏଫ୍‌ବିଆଇ)ର ଇଣ୍ଟରନେଟ୍‌ କ୍ରାଇମ୍‌ କମ୍ପ୍ଲେନ୍‌ ସେଣ୍ଟର୍‌ (ଆଇସି୩) ଦ୍ବାରା ଜାରି ହୋଇଛି ଇଣ୍ଟରନେଟ୍‌ ଅପରାଧ ରିପୋର୍ଟ ତାଲିକା | ଶିକାର ହୋଇଥିବା ୨୦ଟି ରାଷ୍ଟ୍ରର ତାଲିକାର ଭାରତ ଚତୁର୍ଥ ସ୍ଥାନରେ ରହିଛି। ତାଲିକାର ଶୀର୍ଷରେ ଆମେରିକା ଥିବା ବେଳେ ଏହା ପଛକୁ ବ୍ରିଟେନ୍‌, କାନାଡ଼ା ଏବଂ ଭାରତ ରହିଛି।

୨୦୨୧ରେ ଆମେରିକାରେ ସର୍ବମୋଟ୍‌ ୪,୬୬,୫୦୧ ଜଣ ଇଣ୍ଟରନେଟ୍‌ ଅପରାଧର ଶିକାର ହୋଇଥିବା ବେଳେ ବ୍ରିଟେନ୍‌ରେ ୩,୦୩,୯୪୯ ଏବଂ କାନାଡ଼ାରେ ୫,୭୮୮ ଏବଂ ଭାରତରେ ୩୧୩୧ ଜଣ ଇଣ୍ଟରନେଟ୍‌ ଅପରାଧର ଶିକାର ହୋଇଛନ୍ତି। ଭାରତର ୨ ପଡ଼ୋଶୀ ଚୀନ୍‌ ଏବଂ ପାକିସ୍ତାନ ମଧ୍ୟ ଏହି ୨୦ ପ୍ରଭାବିତ ରାଷ୍ଟ୍ର ତାଲିକାରେ ରହିଛନ୍ତି।

ଚୀନ୍‌ ଏବଂ ପାକିସ୍ତାନରେ ଯଥାକ୍ରମେ ୫୭୧ ଏବଂ ୫୩୦ ଜଣ ଇଣ୍ଟରନେଟ୍‌ ଅପରାଧର ଶିକାର ହୋଇଛନ୍ତି। ଗତ ୫ ବର୍ଷ ମଧ୍ୟ‌‌ରେ ଆ‌ଇସି୩କୁ ପ୍ରତିବର୍ଷ ଇଣ୍ଟର‌େନେଟ୍‌ ଦୁର୍ନୀତିକୁ ନେଇ ୫,୫୨,୦୦୦ ଅଭିଯୋଗ ଆସୁଛି। ୨୦୧୭ରୁ ୨୦୨୧ ମଧ୍ୟରେ ଆଇସି୩କୁ ମୋଟ୍‌ ୨.୭୬ ନିୟୁତ ଅଭିଯୋଗ ଆସିଛି। ୨୦୨୧ରେ କେବଳ ୮,୪୭,୩୭୬ ଅଭିଯୋଗ ହୋଇଛି। ଇଣ୍ଟରନେଟ୍‌ ଅପରାଧର ଶିକାର ହୋଇଥିବା ଅଧିକାଂଶ ଲୋକଙ୍କ ବୟସ ୫୦ରୁ ୬୦ ବର୍ଷ ମଧ୍ୟରେ। ତେବେ ୨୦ ବର୍ଷରୁ କମ୍‌ ଖୁବ୍‌ କମ୍‌ ବ୍ୟକ୍ତି ସାଇବର୍‌ ଅପରାଧର ଶିକାର ହୋଇଛନ୍ତି।

Related Posts