ନୂଆଦିଲ୍ଲୀ: କେରଳ ହାଇକୋର୍ଟ ବଳାତ୍କାର ପୀଡ଼ିତା ନାବାଳିକାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ ରାୟ ଶୁଣାଇଛନ୍ତି | ଯଦି ନାବାଳିକା ପୀଡିତ ଚାହିଁବେ ତେବେ ସେ ନିଜ ଗର୍ଭପାତ କରାଇପାରିବେ | ଶନିବାର ଏକ ମାମଲାର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ମାନ୍ୟବର କୋର୍ଟ ।
୨୪ ସପ୍ତାହର ଗର୍ଭବତୀ ହୋଇଥିବା ଜଣେ ୧୫ ବର୍ଷୀୟା ବାଳିକା ଗର୍ଭପାତ କରାଇବାକୁ କୋର୍ଟ ଅନୁମତି ଦେଇଛନ୍ତି। ଜଷ୍ଟିସ୍ ଭି, ଜି. ଅରୁଣଙ୍କ ଖଣ୍ଡପୀଠ କହିଥିଲେ ଯେ, ବାଳିକା ଜଣକ ତାଙ୍କ ପିଲାର ଯତ୍ନ ନେଇ ନ ପାରିଲେ ରାଜ୍ୟ ସରକାର ଦେଖାରଖା ବ୍ୟବସ୍ଥା ସୁନିଶ୍ଚିତ କରିବା ଉଚିତ। ରାଜ୍ୟ ସରକାରଙ୍କ ଏକ ହସ୍ପିଟାଲ ସ୍ଵତନ୍ତ୍ର ମେଡିକାଲ ଟିମ୍ ଗଠନ କରି ବାଳିକାଙ୍କୁ ସମସ୍ତ ପ୍ରକାର ଯୋଗାଇଦେବା ଚିକିତ୍ସା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୧୦ ଦିନ ପରେ ହେବ।
ଅନ୍ୟପକ୍ଷରେ ସହମତିଭିତ୍ତିରେ ଶାରୀରିକ ସମ୍ପର୍କ ରଖୁ ଗର୍ଭବତୀ ହୋଇଥିବା ଅବିବାହିତା ଯୁବତୀ ୨୦ ସପ୍ତାହ ପରେ ଗର୍ଭପାତ କରାଇପାରିବେ ନାହିଁ ବୋଲି ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ। ଏକ ମାମଲାର ଶୁଣାଣି କରି କହିଥିଲେ। ଏହା ଭ୍ରୂଣହତ୍ୟାକୁ ପ୍ରୋତ୍ସାହିତ କରିବ। ତେଣୁ ପ୍ରସବ ପରେ ଯୁବତୀ ଶିଶୁଙ୍କୁ। ମେଡିକାଲ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନରେ ରଖୁପାରିବେ। ଏହା ଦ୍ଵାରା ଅନ୍ୟ କେହି ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି।
