ବିଧାନସଭାରେ ଆଗତ ହେଲା ଶେଷ ବଜେଟ୍ : କୃଷି ଓ ଜଳସେଚନକୁ ଗୁରୁତ୍ବ

ବିଧାନସଭାରେ ଆଗତ ହୋଇଛି ଅନ୍ତରୀଣ ବଜେଟ୍ । ବିଜେଡି ଶାସନର ଚତୁର୍ଥ ପାଳିରେ ଏହା ହେଉଛି ଶେଷ ବଜେଟ୍ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି ।

ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ୫୬ହଜାର ୯୨୧କୋଟି କାମଚଳା ବଜେଟ୍ ପ୍ରସ୍ତୁତ ହୋଇଛି । ନିଜ ଉଦବୋଧନରେ ଅର୍ଥମନ୍ତ୍ରୀ ରାଜ୍ୟ ସରକାରଙ୍କ ସଫଳତା ବଖାଣିଛନ୍ତି । ଓଡିଶାର ଅଭିବୃଦ୍ଧି ହାର ୮ ପ୍ରତିଶତ ବଢିଛି । ୨୦୧୯ ୨୦ ସୁଦ୍ଧା ଏହା ୮ ୫{803a785dbb02f98c02c6fa28b2f90dce02ec643d6792a5e1e7d8c47052c3326e} ହେବା ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ଓଡିଶା ପ୍ରଗତି କରିଛି । କୃଷକଙ୍କ ସମସ୍ୟା ଦୂର କରିବା ପାଇଁ କାଳିଆ ଯୋଜନା ପ୍ରଣୟନ ହୋଇଛି । ଏହି ଯୋଜନା ପାଇଁ ସବୁଠାରୁ ଅଧିକ ଆବଣ୍ଟନ ରଖାଯାଇଛି । କାଳିଆ ପାଇଁ ୪୪୬୧ କୋଟି ବ୍ୟୟ ବରାଦ କରାଯାଇଛି । ୫୨ଲକ୍ଷ ପରିବାର ଏହାର ଲାଭ ପାଇବେ।

ସମସ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନର ବ୍ୟବସ୍ଥା କରାଯାଇଛି । ବିଗତ ୧୮ବର୍ଷରେ ରାଜ୍ୟର ନିଜସ୍ୱ ଆୟ ବଢିଛି । ମଧୁବାବୁ ପେନସନ ଯୋଜନାରେ ୪୮ଲକ୍ଷ ଲୋକ ସାମିଲ ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଆଉ ୫ଟି ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଛି । ୬ଟି ଡିଗ୍ରୀ ସ୍ତରୀୟ କଲେଜ ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଥିବା ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

କେଉଁ ଯୋଜନା ପାଇଁ କେତେ :

ଗ୍ରାମୀଣ ଜଳଯୋଗାଣ ବସୁଧା ପାଇଁ ୨୯୩୫ କୋଟି । ମିଶନ ଶକ୍ତି ପାଇଁ ୩୦୧ କୋଟି । କାଳିଆ ଯୋଜନା ପାଇଁ ୪୪୬୧ କୋଟି । କୃଷିଋଣ ଜନିତ ସୁଧ ରିହାତି ୮୦୦କୋଟି । ବିଜୁ ଯୁବ ବାହିନୀ ପାଇଁ ୧୦୫କୋଟି । ଆମ ଗାଁ ଆମ ବିକାଶ (ପିଠା) ପାଇଁ ୪୦୦ କୋଟି । ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦କୋଟି । ଟଙ୍କିକିଆ ଚାଉଳ ପାଇଁ ୧୦୨୮କୋଟି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୬୪ କୋଟି । ପାର୍ବତୀଗିରୀ ବୃହତ ଉଠା ଜଳସେଚନ ପାଇଁ ୧୭୭୭ କୋଟି । ଏସସି/ଏସଟି ବୃତ୍ତି ପାଇଁ କୋଟି । ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୫୦୦କୋଟି । ମମତା ଯୋଜନା ପାଇଁ ୩୦୫କୋଟି । ସଡକ ଉନ୍ନୟନ ପାଇଁ ୧୩୦୦କୋଟି । ବିଜୁ ସେତୁ ଯୋଜନା ପାଇଁ ୫୦୦ କୋଟି । ବିପର୍ଯ୍ୟୟ ପ୍ରଶମନ ପାଇଁ ୨୦୦୦କୋଟି, ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ ପାଇଁ ୧୪୬୫ କୋଟି ଓ ଆଡିବନ୍ଧ ନିର୍ମାଣ ପାଇଁ ୩୫୭ ବ୍ୟୟ ଅଟକଳ କରାଯାଇଛି ।

Related Posts