ଆଇନଜୀବୀମାନେ ଧର୍ମଘଟ କରିପାରିବେ ନାହିଁ: ସୁପ୍ରିମକୋର୍ଟ

ଭୁବନେଶ୍ୱର,୨୧/୪(ସତ୍ୟପାଠ ବ୍ୟୁରୋ): ଆଇନଜୀବୀମାନେ ଧର୍ମଘଟ କରିପାରିବେ ନାହିଁ କିମ୍ବା ନ୍ୟାୟିକ କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖିପାରିବେ ନାହିଁ । ଗୁରୁବାର ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ ଏକ ଅଭିଯୋଗ ଶୁଣାଣି କମିଟି ଗଠନ କରିବାକୁ ସମସ୍ତ ରାଜ୍ୟର ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ଏହି ରାଜ୍ୟ ସ୍ତରୀୟ ଅଭିଯୋଗ ଶୁଣାଣି କମିଟି ପାଖରେ ପ୍ରକୃତ ସମସ୍ୟା ପାଇଁ ଆଇନଜୀବୀମାନେ ଆବେଦନ କରିପାରିବେ। ଏନେଇ ସମସ୍ତ ରାଜ୍ୟର ଆଇନଜୀବୀ ଏବଂ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟର ଏକ ବେଞ୍ଚ କହିଛନ୍ତି, ଜିଲ୍ଲା କୋର୍ଟସ୍ତରରେ ମଧ୍ୟ ପୃଥକ ଅଭିଯୋଗ ସମାଧାନ କମିଟି ଗଠନ କରାଯିବା ଉଚିତ। ଆଇନଜୀବୀମାନେ ସମାଧାନ କମିଟିଠାରେ ପ୍ରକୃତ ଅଭିଯୋଗର ମାମଲା ମଧ୍ୟ ପଞ୍ଜିକରଣ କରିପାରିବେ। ଏଥିସହ ବେଞ୍ଚ ଦୋହରାଇଛି ଯେ, ବାର ଆସୋସିଏସନର କୌଣସି ସଦସ୍ୟ ଧର୍ମଘଟ କରିପାରିବେ ନାହିଁ କିମ୍ବା ନିଜକୁ କୋର୍ଟ କାର୍ଯ୍ୟରୁ ନିବୃତ୍ତ ରଖିପାରିବେ ନାହିଁ। ଆଇନଜୀବୀଙ୍କ ଧର୍ମଘଟ ଯୋଗୁଁ ନ୍ୟାୟିକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା କୋର୍ଟ କହିଛନ୍ତି।

Related Posts