ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଉପଲକ୍ଷେ ରାଜ୍ୟ ସରକାର ଓଡ଼ିଶାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଏକତା’ ଭୁବନେଶ୍ବରର ଜନତା ମଇଦାନରେ ଆୟୋଜନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ହରି ବାବୁ କମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ମାଧୁରୀ ଦୀକ୍ଷିତ ନେନେ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ସଂକଟରୁ ଉଦ୍ଧାର କରି ତାକୁ ପୁନର୍ଜୀବିତ କରିବା ଆମ ଦାୟିତ୍ୱ। ଆଜିର ଦିବସ ଗର୍ବ ଏବଂ ସ୍ମରଣର ଦିନ। ହସ୍ତତନ୍ତ୍ର କ୍ଷେତ୍ର କେବଳ ଆମର ଆର୍ଥିକ ମେରୁଦଣ୍ଡ ନୁହେଁ ବରଂ ଆମର ଗର୍ବ ଏବଂ ଗାରିମାର ପର୍ବ।
ସମସ୍ତ ବୁଣାକାରମାନଙ୍କର ଉଦେଶ୍ୟରେ ୨୦୧୫ ରୁ ପ୍ରଧାନମନ୍ତ୍ରୀ ଜାତୀୟ ହସ୍ତତନ୍ତ ଦିବସର ଆରମ୍ଭ କରିଥିଲେ। ୨୦୧୫-୨୦୨୫ ମଧ୍ୟରେ ସମଗ୍ର ଦେଶରେ ୧ ଲକ୍ଷ୍ୟ ୫୦ କୋଟିର ଖଦି ଏବଂ ହସ୍ତତନ୍ତ ସାମଗ୍ରୀରା ବିକ୍ରି ହୋଇଛି । ବିକ୍ରିରେ ୩୧୫ ପ୍ରତିଶତ ବୃଦ୍ଧି ଏବଂ ଉତ୍ପାଦନରେ ୪୦୦ ପ୍ରତିଶତ ବୃଦ୍ଧି ହୋଇଛି । ନିଯୁକ୍ତି କ୍ଷେତ୍ରରେ ସମଗ୍ର ଦେଶରେ କେବଳ ଖଦି ଏବଂ ହସ୍ତତନ୍ତ କ୍ଷେତ୍ରରେ ୮୧ ପ୍ରତିଶତ ବୃଦ୍ଧି ହୋଇଛି ।
ଫ୍ରାନ୍ସ, ଜାପାନ, ଆମେରିକା ଏବଂ ସିଙ୍ଗାପୁରରେ ଓଡ଼ିଶା ହ୍ୟାଣ୍ଡଲୁମର ଚାହିଦା ରହିଛି। ସେଥିପାଇଁ ସେଠାରେ ବିଭିନ୍ନ ଏକ୍ସପୋରେ ଓଡିଶା ହସ୍ତତନ୍ତ ସାମଗ୍ରୀଙ୍କୁ ନେଇ ବୁଣାକାରମାନେ ଭାଗ ନେଉଛନ୍ତି । ରାଜ୍ୟରେ ଯୁବପିଢିଙ୍କ ଭିତରେ ହସ୍ତତନ୍ତ କ୍ଷେତ୍ରରେ ଉତ୍ସାହିତ କରିବା ପାଇଁ ଆମ ସରକାର ଫେଲୋସିପ୍ ଏବଂ ଇଣ୍ଟର୍ଣ୍ଣସିପ୍ର ବ୍ୟବସ୍ଥା ମଧ୍ୟ କରିବେ।
ମୁଖ୍ୟମନ୍ତ୍ରୀ ଓଡ଼ିଶା ହ୍ୟାଣ୍ଡଲୁମର ବ୍ରାଣ୍ଡ ଆମ୍ବାସାଡର ଭାବେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ନାମ ଘୋଷଣା କରିଛନ୍ତି । ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡିଶା ହ୍ୟାଣ୍ଡଲୁମର ପ୍ରଚାରପ୍ରସାର ଅଭିନେତ୍ରୀ ମାଧୁରୀ ଦୀକ୍ଷତ ନେନେ କରିବେ ।
ଓଡ଼ିଶାର ୬ ଟି ସ୍ଥାନରେ ଟେକ୍ସଟାଇଲ ପାର୍କ ହେବ । ପ୍ରତି ସପ୍ତାହର ଗୋଟିଏ ଦିନରେ ଓଡ଼ିଶାର ହ୍ୟାଣ୍ଡଲୁମ ପରିଧାନ କରି ନିଜର କର୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ସ୍ବଦେଶୀଭାବକୁ ଜାଗ୍ରତ କରି ଅଧିକରୁ ଅଧିକ ସ୍ବଦେଶୀ ସାମଗ୍ରୀ ବ୍ୟବହାର ଜାରିବା ନେଇ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।





