ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ବିଧାନସଭା ସୁରକ୍ଷାରେ ବଡ଼ ତ୍ରୁଟି। କାରରେ ଜୋରଜବରଦସ୍ତ ପଶି ବାଚସ୍ପତିଙ୍କ ଗାଡ଼ି ଉପରକୁ ଫିଙ୍ଗିଲେ କାଳି। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବିଧାନସଭା ପରିସରରେ ପ୍ରବେଶ କରିବା ପରେ, କାରଟି କିଛି ସମୟ ପାଇଁ ଭିତରେ ରହିଥିଲା, ତା’ପରେ ବାହାରକୁ ଆସି ଦ୍ରୁତ ଗତିରେ ଚାଲିଯାଇଥିଲା। ସେପଟେ ଦିଲ୍ଲୀ ପୁଲିସର ଜଣେ ଡିସିପି କହିଛନ୍ତି ଯେ, ଉତ୍ତରପ୍ରଦେଶ ପଞ୍ଜିକରଣ ନମ୍ବର ଥିବା ଏକ କାର ଜୋରଜବରଦସ୍ତ ଗେଟ୍ ନମ୍ବର ୨ ରେ ପ୍ରବେଶ କରିଥିଲା। ଏହା ଲୁହା ଗେଟ୍‌କୁ କ୍ଷତି ପହଞ୍ଚାଇଥିଲା। ଡ୍ରାଇଭର ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତାଙ୍କ କାର୍ଯ୍ୟାଳୟ ଆଡ଼କୁ ଯାଇଥିଲେ ଏବଂ ବାରଣ୍ଡା ପାଖରେ ଫୁଲର ଏକ ଗୁଚ୍ଛ ରଖିଥିଲେ। ଦିଲ୍ଲୀ ପୁଲିସ କହିଛି,ଗାଡିର ସନ୍ଧାନ ଚାଲିଛି। ଗେଟ୍‌ରେ ସିଆର୍‌ପିଏଫ୍‌ ନିୟୋଜିତ କରାଯାଇଥିଲା। ଅଧିକାରୀ କହିଛନ୍ତି, ଡ୍ରାଇଭର ମୁହଁ ଘୋଡାଇ ରଖିଥିଲେ। ଘଟଣା ଅପରାହ୍ନ ପ୍ରାୟ ୨ ଟା ସମୟରେ ଘଟିଥିଲା। ପୁଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ।