ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ହେଲେ ମାନସ ମଙ୍ଗରାଜ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସାଂସଦ ମାନସ ମଙ୍ଗରାଜ ହେଲେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ । ଦଳ ପକ୍ଷରୁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଏ ନେଇ ସୂଚନା ଦିଆଯାଇଛି । ମାନସ ମଙ୍ଗରାଜଙ୍କୁ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି ।

୨୦୨୨ ଜୁଲାଇରେ ବିଜେଡିର ବରିଷ୍ଠ ନେତା ମାନସ ମଙ୍ଗରାଜ ରାଜ୍ୟସଭାଙ୍କୁ ମନୋନୀତ ହୋଇଥିଲେ । ତାଙ୍କ ସହ ସୁଲତା ଦେଓ ଏବଂ ସସ୍ମିତ ପାତ୍ର ମଧ୍ୟ ରାଜ୍ୟ ସଭାକୁ ଯାଇଥିଲେ । ସାଂସଦ ମଙ୍ଗରାଜ ରାଜ୍ୟ ସରକାରଙ୍କର ମିଡିଆ ଏବଂ ଲୋକ ସଂପର୍କ ଉପଦେଷ୍ଟା ଦାୟିତ୍ୱ ମଧ୍ୟ ତୁଲାଉଥିଲେ । ଏହା ପୂର୍ବରୁ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଦାୟିତ୍ୱରେ ଥିଲା ସୁଲତା ଦେଓ ।

Related Posts