କଳାବଜାରୀଙ୍କ ସହ ସରକାରଙ୍କ ବେପାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମାସ୍କ ଘୋଟାଲା, କଲବଜାରୀଙ୍କ ସହ ମିଶି କଲେ ବେପାର। କରୋନା ଲଢେଇ ନାଁ ରେ ଲୁଟିଲେ ରାଜକୋଷ। ଜନତାଙ୍କ ସେବା ନାଁ ରେ ଜନତାଙ୍କ ଟଙ୍କାକୁ ଲୁଟ କରି ନିଜ ପକେଟକୁ ନେଲେ। ଗତକାଲି ବରିଷ୍ଠ ସାମ୍ୱାଦିକ ତଥା କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଏସମସ୍ତ ଘୋଟଲା ପ୍ରକ୍ରିୟାର ସନସନି ଖୁଲାସା କରିବା ପରେ ଏବେ ପାୱାର କରିଡରରେ ହଇଚଇ। ଲୋକଙ୍କ ସେବା କରିବା ନାଁ ରେ ସରକାରଙ୍କ କଳାବଜାରୀ ଏବେ ସମସ୍ତଙ୍କ ଆଗରେ ଧରାପଡିଛି।

ବିବାଦରେ ଏବେ ସେନାପତି ଶର୍ମାଙ୍କ ଶସ୍ତ୍ର ଚାଳନା

କୋଭିଡ୍ ଯୁଦ୍ଧରେ କଳାବଜାରୀଙ୍କ ସହ ଭାଗିଦାରୀକୁ ନେଇ ସରକାର ଏବେ ଚକ୍ରବ୍ୟୁହରେ । କରୋନା ବ୍ୟାପିବା ପରେ ମାସ୍କ୍ ଓ ହ୍ୟାଣ୍ଡ ସାନିଟାଇଯାରର ଆବଶ୍ୟକତା ବଢିଛି ଏଥିରେ ଦ୍ବିମତ ନାହିଁ। କିନ୍ତୁ ଏହାକୁ ନେଇ ସରକାର କଳାବଜାରୀଙ୍କ ସହ ମିଶି ବେପାର କରିବା ନିଶ୍ଚିତ ଦୁର୍ଭାଗ୍ୟଜନକ। ଏହି କଳାବଜାରୀ ରୋକିବା ପାଇଁ କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ଯୋଗାଣ ମନ୍ତ୍ରାଳୟ ଗତ ମାର୍ଚ୍ଚ ୨୧ ତାରିଖରେ ମଧ୍ୟ ଏକ ନିର୍ଦେଶନାମା ଜାରି କରିଥିଲେ । ସେଥିରେ ମାସ୍କକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଚିଠାରେ ସାମିଲ୍ କରାଗଲା। ୨୧ ମାର୍ଚ୍ଚ ବିଜ୍ଞପ୍ତିରେ କେନ୍ଦ୍ର ସରକାର ଥ୍ରି – ଲେୟାର ମାଷ୍କ୍ର ସର୍ବୋଚ୍ଚ ଦର ଗୋଟା ପିଛା ୧୦ ଟଙ୍କା ଧାର୍ଯ୍ୟ କଲେ। ଏବଂ ଏହାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଲେ। ଆଶ୍ଚର୍ଯ୍ୟ କଥା ଓଡ଼ିଶା ରାଜ୍ୟ ଔଷଧ ନିଗମ ୧୭ ଏପ୍ରିଲ୍ ରେ ତାମିଲନାଡୁର ବିଷ୍ଣୁ ଦିଷ୍ପୋଜବାଲ୍ ପ୍ରାଇଭେଟ୍ ଲିମିଟେଡ଼ କଂପାନିକୁ ୧୬ ଟଙ୍କା ପ୍ରତି ମାଷ୍କ ପିଛା ୩୦ ଲକ୍ଷ ମାଷ୍କର ପର୍ଚେଜ ଅର୍ଡର୍ ଦେଲା

କଳାବଜାରୀର ଗୁମର ଖୋଲିଲେ ସତ୍ୟ

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାସ୍କକୁ କେନ୍ଦ୍ର ସରକାର ଯେତେବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଯୋଡିଲେ ସେତେବେଳେ ଥ୍ରୀ ଲେୟାର୍ ମାସ୍କାକୁ କୌଣସି ପରିସ୍ଥିତିରେ କେହି ୧୦ ଟଙ୍କାରୁ ଅଧିକ ଦରରେ ବିକ୍ରି କରିପାରିବେ ନାହିଁ। ରାଜ୍ୟ ସରକାର କହିପାରନ୍ତି ଯେ ଜୀବନ ଆମ ପାଇଁ ଗୁରୁତ୍ୱପୂର୍ଣ ଥିଲା ସେଥିପାଇଁ ଆମେ ୧୦ ଟଙ୍କା ବଦଳରେ ୧୬ ଟଙ୍କାରେ କିଣିଲୁ। କଥା ହେଉଛି ଯେ, ସରକାର ମାସ୍କର ଏକ ଫିକ୍ସ ଦର କଲା ପରେ ଯେଉଁ ବେପାରୀ ଏହାକୁ ଅଧିକ ଟଙ୍କାରେ ବିକିବେ ତାଙ୍କୁ କଳାବଜାରୀ କୁହାଯିବ।
ଏଠି ପ୍ରଶ୍ନ ଉଠୁଛି ଯେତେବେଳେ ଜଣେ ବ୍ୟକ୍ତି ବା କମ୍ପାନି କଳାବଜାରୀ କରୁଛି ସେତେବେଳେ ତାଙ୍କ ବିରୋଧରେ ସରକାର ଫୌଜଦାରୀ ମାମଲା ରୁଜୁ କରିବେ ନା ତାଙ୍କ ସହ ବେପାର କରିବେ ?

୧୦ ଟଙ୍କା ଫିକ୍ସ୍ ଦର ବେଳେ ୧୬ ଟଙ୍କା ମାସ୍କ ପିଛା ବିଷ୍ଣୁ ଡିସପୋଜବଲ୍ କମ୍ପାନି ସରକାରଙ୍କୁ ପ୍ରପୋଜାଲ୍ ଦେଲା କିଭଳି ?

କଳାବଜାରୀ ଜାଣି ବି ସରକାର ଜିନିଷ କିଣିଲେ କାହିଁକି ?

ମାସ୍କ ଘୋଟଲାରେ ସେନାପତିଙ୍କ ସଂଗାତ ଏବେ କଳାବଜାରୀ

Related Posts