
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାଲ କାଗଜପତ୍ର ଜରିଆରେ ୩ କୋଟି ୬୮ଲକ୍ଷ ଠକେଇ ଅଭିଯୋଗରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜର ବିରେନ୍ଦ୍ର ପଟ୍ଟନାୟକ ଗିରଫ ହୋଇଛନ୍ତି । ତାଙ୍କ ସହ ଦୁଇଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଲେ ଫିଲ୍ଡ ଅଫିସର ନରେନ୍ଦ୍ର ନାୟକ ଓ ମଧ୍ୟସ୍ଥି ପ୍ରକାଶ ବେହେରା ।
ସମସ୍ତଙ୍କୁ କ୍ରାଇମବ୍ରାଞ୍ଚ ଋଙଡ ଗିରଫ କରିଥିବାର ସୂଚନା ମିଳିଛି । ଜାଲ କାଗଜପତ୍ର ଜରିଆରେ ସେମାନେ ୩ କୋଟି ୬୮ ଲକ୍ଷ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ୨୦୧୭ ମସିହାରେ ଠକେଇ ହୋଇଥିବା ବେଳେ ଗତ ଡିସେମ୍ବରରେ ଋଙଡରେ ଅଭିଯୋଗ ହୋଇଥିଲା । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।