ସରକାରୀ ଇଞ୍ଜିନିୟରିଂ କଲେଜକୁ ସଫା କରିବାକୁ ଷଡ଼ଯନ୍ତ୍ର

ସରକାରୀ ଇଞ୍ଜିନିୟରିଂ କଲେଜକୁ ନିଜେ ସଫା କରୁଛନ୍ତି ସରକାର । ସରକାରୀ ଇଞ୍ଜିନିୟରିଂ କଲେ ବନ୍ଦ ହେଲେ ଘରୋଇ ଇଞ୍ଜିନିୟରିଂ କଲେଜର ଭଲ ବେପାର ହେବ । ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକର ସେଲ୍ସ ଏଜେଣ୍ଟ ସାଜିଛନ୍ତି ସରକାର । ବିଧିବଦ୍ଧ ଭାବେ ସରକାରୀ ଇଞ୍ଜିନିୟରିଂ କଲେଜର ପାଠ ପଢ଼ା ଏବଂ ପାଠ୍ୟ ଖସଡ଼ାର ଗୁଣାତ୍ମକ ମାନକୁ କିଭଳି ଭାବେ ନଷ୍ଟ କରୁଛନ୍ତି ତାହାର ଉଦାହରଣ ହେଉଛି ସରକାରଙ୍କୁ 4ଟି ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କ ଏହି ବିସ୍ଫୋରକ ଚିଠି । ବୈଷୟିକ ଶିକ୍ଷା ବିଭାଗର ବେସରକାରୀ ପ୍ରୀତି ଯୋଗୁଁ ରାଜ୍ୟରେ ବୈଷୟିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇଛି । କାହିଁକି ସର୍ବଭାରତୀୟ ସ୍ତରରେ ପ୍ରକାଶ ପାଇଥିବା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମ୍‌ୱାର୍କ (NIRF) ରିପୋର୍ଟରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଦୟନୀୟ ଏବଂ ଲଜ୍ଜାଜନକ । କିନ୍ତୁ ଦୁଃଖର କଥା ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀଙ୍କୁ ଲଜ୍ଜା ନାହିଁ, ସେ ବିଭାଗର ସଚିବଙ୍କୁ ଲଜ୍ଜା ନାହିଁ, ପ୍ରଶାସନିକ ବାବୁ ଏବଂ ଏ ସମସ୍ତଙ୍କ ଉପରେ ନିଜକୁ ବଡ଼ ବୋଲାଉଥିବା 5-ଟି ସଚିବଙ୍କୁ ବି ଲଜ୍ଜା ନାହିଁ । ଏହା ଉପରେ କାହାର ନଜର ନାହିଁ । ଏ ଅଭିଯୋଗ ସତ୍ୟପାଠର ନୁହେଁ ବଂର ଏଭଳି ଅଭିଯୋଗ ହେଉଛି 4ଟି ସରକାରୀ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କର ।

NIRF ରିପୋର୍ଟରେ ରାଜ୍ୟର କୌଣସି ଇଞ୍ଜିନିୟରିଂ କଲେଜ ସ୍ଥାନ ନପାଇବାରୁ ନିଜର ଅପାରଗତା ଲୁଚାଇବା ପାଇଁ ସବୁ କଲେଜ ଅଧ୍ୟଙ୍କୁ କାରଣ ଦର୍ଶଅ ନୋଟିସ ଜାରି କରିଥିଲା ବୈଷୟିକ ଶିକ୍ଷା ବିଭାଗ । ହେଲେ କଲେଜ ଅଧ୍ୟକ୍ଷଙ୍କ ଉତ୍ତର ବୈଷୟିକ ଶିକ୍ଷା ବିଭାଗର ଅସଲ ମୁଖା ଖୋଲିଦେଇଛି । ବିପିୟୁଟି ଅଧୀନରେ ଥିବା କଲେଜ ଅଫ IT ଏବଂ ମ୍ୟାନେଜମେଣ୍ଟ ଏଜୁକେସନର ଅଧ୍ୟକ୍ଷ, ଚିଠି ନମ୍ବର 335ରେ ଲେଖିଛନ୍ତି ଯେ କିଭଳି 2017 ମସିହାରେ NIRF ରାଙ୍କିଙ୍ଗ ପ୍ରକ୍ରିୟାରେ ସାମିଲ ହୋଇଥିଲେ ବି ଆବଶ୍ୟକ ମୁତାବକ ଅଧ୍ୟପକ ନଥିବାରୁ ବାଦ୍‌ ପଡ଼ିଥିଲା କଲେଜ । ତେଣୁ 2018ରେ ପୂର୍ବାବସ୍ଥା ଜାରି ଥିବାରୁ NIRF ରାଙ୍କିଙ୍ଗ ପ୍ରକ୍ରିୟାରେ ସାମିଲ ହୋଇନଥିଲା ।  ସେହିଭଳି କେନ୍ଦୁଝରର ସରକାରୀ ଇଞ୍ଜିନିୟରିଂ କଲେ ଅଧ୍ୟକ୍ଷଙ୍କ ଚିଠି ନମ୍ବର ଉତ୍ତର କହୁଛି 64 ଜଣ ଅଧ୍ୟାପକଙ୍କ ପରିବର୍ତ୍ତେ କଲେଜରେ ଅଛନ୍ତି ମାତ୍ର 19 ଜଣ ଅଧ୍ୟାପକ । ପି.ଏଚ.ଡି ପାଇଁ ମାତ୍ର 6 ଜଣ ପ୍ରଫେସର କଲେଜରେ ଥିବା କହିଛନ୍ତି ଅଧ୍ୟକ୍ଷ । ସେହିଭଳି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍‌ନୋଲୋଜି ପକ୍ଷରୁ ମଧ୍ୟ ସବୁ ବିଭାଗରେ ସରକାର ଅବହେଳା କରୁଥିବା ଦର୍ଶାଯାଇଛି । ଚଳିତ ବର୍ଷ IIT  ମାଡ୍ରାସ ପ୍ରଥମ ରାଙ୍କରେ ଥିବାବେଳେ ପଞ୍ଚାବ ଟେକ୍‌ନିକାଲ ୟୁନିଭରସିଟି 96ତମ ସ୍ଥାନରେ ରହିଛି । କିନ୍ତୁ VSSUTର ସ୍ଥାନ 126ରେ ରଖିଛି । ତେଣୁ ଭିତ୍ତିଭୂମିର ବିକାଶ ପାଇଁ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍‌ନୋଲୋଜି ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି ।

ଗୋଟିଏ ପଟେ ରାଜ୍ୟରେ ଯାନ୍ତ୍ରୀକ ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ନବୀନ ବାବୁ ସୁବ୍ରତ ବାଗ୍‌ଚୀଙ୍କ ଭଳି ଲୋକଙ୍କୁ ମନ୍ତ୍ରୀ ପାହ୍ୟା ଦେଇ ରଖିଛନ୍ତି । କିଛି ଦିନ ପୂର୍ବରୁ ସାମ୍‌ ପ୍ରିଟୋଡ଼ାଙ୍କୁ ବି ସେହି ପଦବୀରେ ରଖିଥିଲେ । ଅନ୍ୟପଟେ ସରକାରୀ ବୈଷୟିକ କଲେଜଗୁଡ଼ିକର ଗୁଣାତ୍ମକ ଶିକ୍ଷାକୁ ବୁଡ଼ାଉଛନ୍ତି । ସରକାର ସବୁ ଜାଣି ଜାଣି ସରକାରୀ ଇଞ୍ଜିନିୟରିଂ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତ କରୁନାହାନ୍ତି । ସରକାରୀ କଲେଜ ଏବଂ ବିଶ୍ବବିଦ୍ୟାଳୟର ଏଭଳି ବିପର୍ଯ୍ୟସ୍ତ ଅବସ୍ଥା କରି ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକ ଫାଇଦା ଦେବାକୁ ସରକାର ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।

Related Posts