୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଏନସିପି ନେତା ନବାବ ମଲିକ

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଏନସିପି ନେତା ନବାବ ମଲିକ । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଲାଇମ ଲାଇଟକୁ ଆସିଛନ୍ତି ନବାବ ମଲିକ । ମୁମ୍ବାଇର ସ୍ୱତନ୍ତ୍ର ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ କୋର୍ଟ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ହେପାଜତକୁ ପଠାଇଛନ୍ତି । ତେବେ ଆଜି ତାଙ୍କର ରିମାଣ୍ଡର ଅବଧି ଶେଷ ହେବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଅର୍ଥ ହେରଫେର ଅଭିଯୋଗରେ ଇଡି ଫେବୃଆରୀ ୨୩ ତାରିଖରେ ନବାବ ମଲିକଙ୍କୁ ଗିରଫ କରିଥିଲା ।

ସେପଟେ ନବାବ ମଲିକ ଗିରଫ ହେବା ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବାରମ୍ବାର ବିରୋଧୀ ଦାବି କରି ଆସୁଛି । କେବଳ ଏତିକି ନୁହେଁ ବଂର ନବାବ ମଲିକଙ୍କର ପୁଅ ମଧ୍ୟ ଅଣ୍ଡରୱାଲ୍ଡଙ୍କ ସହ ଲିଙ୍କରେ ଅଛି ବୋଲି ସୂଚନା ମିଳିଥିଲା । ଏନେଇ ଇଡି ତାଙ୍କ ପୁଅକୁ ସମନ ମଧ୍ୟ ପଠାଇଥିଲା ।

Related Posts