ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଦେଶର ନୂତନ ସିଡିଏସ୍ କିଏ ହେବ, ସେନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ଏହା ମଧ୍ୟରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଖୁବଶୀଘ୍ର ଏହି ପଦବୀ ପୂରଣ କରାଯିବ । ଏଥିପାଇଁ ପ୍ରକ୍ରିୟା ଚାଲିଛି ତେଣୁ ଖୁବଶୀଘ୍ର ଦେଶକୁ ଆଉ ଜଣେ ନୂଆ ସିଡିଏସ୍ ମିଳିଯିବେ । ଅଧିକାରୀମାନଙ୍କର ଏକ ପ୍ୟାନେଲ ସିଡିଏସ ପଦ ପାଇଁ ଏବେ ସେନାରେ କାର୍ଯ୍ୟରତ ଥିବା ସେନା ଅଧିକାରୀଙ୍କ ସମେତ ଅବସରପ୍ରାପ୍ତ ସେନା ଅଧିକାରିଙ୍କ ନାମକୁ ବିଚାରକୁ ନେଇଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାୱତଙ୍କ ପରଲୋକ ପରେ ଏବେ ଏହି ପଦବି ଖାଲି ପଡିଛି । ବିମାନ ଦୁର୍ଘଟଣା ବିପିନ ରୱାତଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସାର ଦେଶ ସ୍ତବ୍ଧ ହୋଇ ଯାଇଥିଲା । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଭାରତୀୟ ସେନାର ଅଗ୍ନିପଥ ସ୍କିମ୍ର ଶୁଭାରମ୍ଭ କରିଛନ୍ତି ।
୩ ସେନାମୁଖ୍ୟଙ୍କ ଉପସ୍ଥିତିରେ ମନ୍ତ୍ରୀ ରାଜନାଥ ଏହି ସ୍କିମ୍କୁ ଘୋଷଣା କରିଛନ୍ତି। ସେନାକୁ ଆସିବାକୁ ଚାହୁଁଥିବା ଯୁବକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ମିଳିବାର ସୁଯୋଗ ଦେବ ଏହି ସ୍କିମ୍। ଯୋଜନାରେ ପ୍ରାୟ ୪୫ ହଜାର ଯୁବ‘ଅଗ୍ନିବୀର’ଙ୍କୁ ନିଯୁକ୍ତି ମିଳିବ। ୪ ବର୍ଷ ନିଯୁକ୍ତି କାଳ ମଧ୍ୟରେ ପ୍ରଥମେ ୬ ମାସ ଟ୍ରେନିଂ ଦିଆଯିବ। ନିଯୁକ୍ତି ପରେ ମାସିକ ୩୦ରୁ ୪୦ ହଜାର ଦରମା ସହ ଟଙ୍କା ମିଳିବ। ସେହିପରି ୪ ବର୍ଷ ପରେ ସେଥିମଧ୍ୟରୁ ୨୫ ପ୍ରତିଶତଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ମିଳିବା ସହ ବାକି ୭୫ ପ୍ରତିଶତଙ୍କୁ ପ୍ୟାକେଜ୍ ସହ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।
