‘ଅଗ୍ନି-୫’ ବାଲାଷ୍ଟିକ କ୍ଷେପଣାସ୍ତ୍ରର ରାତ୍ରୀ କାଳୀନ ପରୀକ୍ଷଣ ସଫଳ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତର ସବୁଠୁ ଶକ୍ତିଶାଳୀ ଅଗ୍ନି-୫ ବାଲାଷ୍ଟିକ କ୍ଷେପଣାସ୍ତ୍ରର ପରୀକ୍ଷଣ ଗୁରୁବାର କରାଯାଇଛି। ଅବ୍ଦୁଲ କାଲାମ ଦ୍ୱୀପରୁ ରାତିରେ ହୋଇଥିବା ପରୀକ୍ଷଣରେ ପ୍ରଥମ ଥର ପାଇଁ ମିସାଇଲକୁ ତାର ସମ୍ପୂର୍ଣ୍ଣ କ୍ଷମତାରେ ଉତକ୍ଷେପଣ କରାଯାଇଛି ।ଅବଦୁଲ କଲାମ ଦ୍ୱୀପରୁ ଅପରାହ୍ଣ ପ୍ରାୟ ୫ଟା ୪୦ରେ ଏହି ପରୀକ୍ଷଣ କରାଯାଇଛି। ଏହା ସଫଳ ହୋଇଛି ବୋଲି ମଧ୍ୟ ଜଣାଯାଇଛି।

ଅର୍ଥାତ୍ ଅଗ୍ନି-୫ ତାର ଟାର୍ଗେଟକୁ ୫୫୦୦ କିଲୋମିଟର ଦୂର ଯାଇ ଧ୍ୱଂସ କରିଛି ।ଅଗ୍ନି-୫ ମିସାଇଲକୁ ଡିଆରଡିଓ ଓ ବିଡିଏଲ୍ ମିଳିତ ରୂପେ ପ୍ରସ୍ତୁତ କରିଛନ୍ତି । ଏବଂ ଏହି ମିସାଇଲର ରାଡାରରେ ପୂରା ପାକିସ୍ତାନ ଓ ଚୀନର କ୍ଷେତ୍ରଫଳ ଆସୁଛି । ୫୦ କିଲୋଗ୍ରାମ ଓଜନର ଅଗ୍ନି-୫ ମିସାଇଲର ଲମ୍ବ ୧୭.୫ ମିଟର । ଏହାର ବ୍ୟାସାର୍ଦ୍ଧ ୨ ମିଟର ଅର୍ଥାତ୍ ୬.୭ ଫୁଟ୍ । ଅଗ୍ନି-୫ ମିସାଇଲ୍ ୧୫୦୦ କିଲୋଗ୍ରାମ୍ ପରମାଣୁ ଯୁଦ୍ଧାସ୍ତ୍ର ପରିବହନ କରି ପାରିବ ।

ସଲିଡ୍ ଫୁଏଲରେ ପରିଚାଳିତ ଏହି ମିସାଇଲରେ ୩ଟି ଷ୍ଟେଜରେ ରକେଟ୍ ବୁଷ୍ଟର ରହିଛି । ଏହାର ବେଗ ଶବ୍ଦର ଧ୍ୱନି ଠାରୁ ୨୪ ଗୁଣ ଅଧିକ । ଅର୍ଥାତ୍ ଅଗ୍ନି-୫ ମିସାଇଲ୍ ଏକ ସେକେଣ୍ଡରେ ୮.୧୬ କିଲୋମିଟର ଦୂର ଅତିକ୍ରମ କରି ପାରିବ । ଅଗ୍ନି-୫ ମିସାଇଲ୍ ଘଣ୍ଟା ପ୍ରତି ୨୯ ହଜାର ୪୦୧ କିଲୋମିଟର ବେଗରେ ଶତ୍ରୁ ଉପରେ ଆକ୍ରମଣ କରି ପାରିବ । ଏଥିରେ ରିଙ୍ଗ ଲେଜର ଗାଇରୋସ୍କୋପ୍ ଇନର୍ସିୟାଲ ନାଭିଗେସନ୍ ସିଷ୍ଟମ, ଜିପିଏସ୍, ନାଭଆଇସି ସାଟେଲାଇଟ୍ ସିଷ୍ଟମ ରହିଛି । ଅଗ୍ନି-୫ ତା ଶତ୍ରୁକୁ ଟାର୍ଗେଟ କରିଥାଏ । ଯଦି ଟାର୍ଗେଟ୍ ୧୦ରୁ ୮୦ ମିଟର ଯାଏ ହଟିଯାଏ ତଥାପି ବଞ୍ଚିବା ମୁସ୍କିଲ୍ ।

ଯଦି ଭାରତ ଅଗ୍ନି-୫ ମିସାଇଲ୍ ମାଡ଼ କରେ ତ ରାଡାରରେ ସମ୍ପୂର୍ଣ୍ଣ ଏସିଆ, ୟୁରୋପର କିଛି ଅଞ୍ଚଳ, ୟୁକ୍ରେନ୍, ଋଷ, ଜାପାନ, ଇଣ୍ଡୋନେସିଆ ପର୍ଯ୍ୟନ୍ତ ଆକ୍ରମଣ କରି ପାରିବ ।

Related Posts