ନିରଞ୍ଜନ, ଶରଦ ପାୱାରଙ୍କଠାରୁ ଶିଖନ୍ତୁ

ମହାରାଷ୍ଟ୍ରର ରାଜନୀତିରେ ପାୱାରଙ୍କ ପାୱାର ସୋ । ନାମ ଯେମିତି କାମ ବି ସେମିତି । ନିଜର ନିଷ୍ଠା ଏବଂ ପରାଜୟକୁ ଏତେ ଶୀଘ୍ର ଗ୍ରହଣ ନକରିବାର ଇଚ୍ଛା ଶକ୍ତି ପାଇଁ ଏବେ ତାଙ୍କ ଉପରେ ପୂରା ଦେଶର ନଜର । ଖାସ୍‌ କରି ରାଜନୈତିକ ଦଳ ଏବଂ ନେତାମାନଙ୍କ ମୁଖରେ ଏବେ ଜଣଙ୍କ ଚର୍ଚ୍ଚା ସେ ହେଲେ ଏନ୍‌ସିପି ମୁଖ୍ୟ ଶରଦ ପାୱାର । ଆଜି ଆମେ ଶରଦ ପାୱାରଙ୍କ ଉପରେ ଏଇଥିପାଇଁ ଏଭଳି ଲେଖୁଛୁ କାରଣ ଏନ୍‌ସିପି ଭଳି ଓଡ଼ିଶାରେ ମଧ୍ୟ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ସ୍ଥିତି ସମାନ ଥିଲା । ମହାରାଷ୍ଟ୍ରରେ ଏନ୍‌ସିପିରୁ ଯେଭଳି ତାଙ୍କ ସମ୍ପର୍କୀୟ ଲୋକ ସବୁ ଦଳ ଛାଡ଼ି ବିଜେପିକୁ ଚାଲିଗଲେ ଠିକ୍‌ ସେହିଭଳି ଓଡ଼ିଶାରେ ନିର୍ବାଚନ ପୂର୍ବରୁ ନିରଞ୍ଜନଙ୍କ ଭାଇ ସୌମ୍ୟ ପଟ୍ଟନାୟମ ମଧ୍ୟ ବିଜେଡି କ୍ୟାମ୍ପ ଚାଲିଯାଇଥିଲେ । କଂଗ୍ରେସରୁ ଟିକେଟ ପାଇଥିବା ନେତା ଟିକେଟ ଫେରାଇ ବିଜେଡିକୁ ଚାଲିଯାଇଥିଲେ । ମହାରାଷ୍ଟ୍ରରେ ଶରଦଙ୍କ ଭଳି ଓଡ଼ିଶାରେ ବି ପରିବାର ସଦସ୍ୟ ବିରୋଧୀଙ୍କ କ୍ୟାମ୍ପରେ ସାମିଲ ହେବା ନେଇ ଉଭୟ ଶରତ ଏବଂ ନିରଞ୍ଜନ ସମାଲୋଚନା ଶିକାର ହୋଇଥିଲେ । କିନ୍ତୁ ପାୱାର ହାର ନମାନି ଏକାକୀ ୮୭ ବୟସରେ ୮୮ଟି ରାଲି କରି ରାଜ୍ୟରେ ୪୧ରୁ ୫୪ଟି ଆସନ ଜିତିଥିବା ବେଳେ ନିର୍ବାଚନ ବେଳେ ରାଲି ନକରି ଲୋକଙ୍କ ପାଖକୁ ନଜାଇ ଏବଂ ପରିଶ୍ରମ ନକରି ନିରଞ୍ଜନ ଘରେ ବସିପଡ଼ିବାରୁ ଓଡ଼ିଶାରେ କଂଗ୍ରେସ ଅମାନତ ହରାଇଲା । ତେଣୁ ନିରଞ୍ଜନ କ’ଣ ଶରଦ ପାୱାରଙ୍କଠାରୁ କିଛି ଶିଖିବେ ବୋଲି ରାଜନୀତି ପଣ୍ଡିତମାନେ ପ୍ରଶ୍ନ କରୁଛନ୍ତି ।

ପାୱାରଙ୍କଠାରୁ କ’ଣ ନିରଞ୍ଜନ ଶିକ୍ଷା ନେବେ ?
ପାୱାର ଯଦି ମହାରାଷ୍ଟ୍ରରେ ଲଢ଼ି ଏନ୍‌ସିପିକୁ ମଜବୁତ କରିପାରିଲେ
ଓଡ଼ିଶାରେ ନିରଞ୍ଜନ କାହିଁକି କରିପାରିବେ ନାହିଁ
ପାୱାରଙ୍କ ଭଳି ଯଦି ନିରଞ୍ଜନ ସାଧାରଣ ନିର୍ବାଚନରେ ଲଢ଼େଇ କରିଥାନ୍ତେ ତେବେ କ’ଣ ଓଡ଼ିଶାରେ ଫଳ କିଛି ଅଲଗା ହୋଇଥାନ୍ତା

ଓଡ଼ିଶାରେ କିଛି ରାଜନୀତି ବିଶେଷଜ୍ଞଙ୍କ କହିବା କଥା ଏବେ ବି ସମୟ ଅଛି ଯଦି ରାଜ୍ୟ କଂଗ୍ରେସ ମୁଖିଆ ଟିକେ ଦୃଢ଼ତାର ସହ ଚେଷ୍ଟା କରନ୍ତେ ତେବେ ପୁଣି ଥରେ ଓଡ଼ିଶାରେ କଂଗ୍ରେସ ମଜବୁତ ହୋଇପାରନ୍ତା ।

ଏବେ ଅନ୍ୟ ଦୃବଳ ରାଜନୈତିକ ଦଳ ଏବଂ ଶକ୍ତିଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । କାରଣ ଯେତେବେଳେ ଏନ୍‌ସିପି ଛାଡ଼ି ନିଜ ଲୋକ ବିଜେପି ଚାଲିଗଲେ । ସେତେବେଳେ ଏନ୍‌ସିପି ପାଇଁ ମହାରାଷ୍ଟ୍ରରେ ଏଭଳି ସଫଳତା ଅସମ୍ଭବ ଲାଗୁଥିଲା । ବିଶେଷ କରି ପଶ୍ଚିମ ମହାରାଷ୍ଟ୍ରରେ ବିଜେପି ପକ୍ଷରୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିଥିଲା । ଏପରିକି ପାୱାରଙ୍କର କିଛି ଭରସାଯୋଗ୍ୟ ସହଯୋଗୀ ଏବଂ ସମ୍ପର୍କୀୟ ବି ଏନ୍‌ସିପି ଛାଡି ବିଜେପିରେ ଯୋଗଦେଇଥିଲେ । ପାୱାରଙ୍କୁ ଆଉ ଏକ ଝଟ୍‌କା ଲାଗିଥିଲା ସେତେବେଳେ ଯେତେବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ଏକ ବ୍ୟାଙ୍କ ଠକେଇ ମାମଲାରେ ପାୱାର ନାଁ ସାମିଲ କରିଥିଲା । ଏହା ପରେ ସୋସିଆ ମିଡିଆରେ ପାୱାରଙ୍କ ବିରୋଧରେ ପ୍ରଚାର ଚାଲିଲା । ଏନ୍‌ସିପି ନେତା ବ୍ୟାକ୍‌ଫୁଟରେ ଥିଲେ । ହେଲେ ପାୱାର ଉଭୟ କଂଗ୍ରେସ ଏମଂ ଏନ୍‌ସିପି ନେତା ଓ କର୍ମୀଙ୍କ ମନରେ ଏକ ଉତ୍ସାହ ଭରି ରାଜନୀତି ମୈଦାନକୁ ଓହ୍ଲାଇଥିଲେ । କଂଗ୍ରେସ ସହ ମେଣ୍ଟ କରିବାରୁ ବି ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । କଂଗ୍ରେସର ନେତୃତ୍ବ ଦୃଢ଼ ନଥିବା ବେଳେ ପାୱାର କିନ୍ତୁ ହତାସ ନହୋଇ ନିଜର ଦୃବଳତାକୁ ଦୃଢ଼ତାରେ ପରିଣତ କରିବାକୁ ଲାଗିପଡ଼ିଲେ । ବାରମ୍ବାର ରାଜଧାନୀ ଗସ୍ତ କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା ଜାରି ରଖିଲେ । କଂଗ୍ରେସ-ଏନ୍‌ସିପି ମେଣ୍ଟକୁ ଲୋକେ କିଭଳି ଗ୍ରହଣ କରିବେ ସେ ନେଇ ପାୱାର ଆରମ୍ଭ କଲେ ତାଙ୍କର ପାୱାର ରାଲି । ମହାରାଷ୍ଟ୍ରରେ ସେ ମୋଟ 88ଟି ରାଲି କରି ବିଜେପିର ବାହାପିଆମିକୁ ପଦାରେ ପକାଇଲେ । ଯାହାର ଫଳ ତାଙ୍କୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ 54ଟି ଆସନ ଆଣି ଦେଇଛି । ଏପରିକି ପାୱାରଙ୍କ ପାଇଁ କଂଗ୍ରେସ ଅନେକ ଜାଗାରେ ଜିତିଛି ବୋଲି ମହାରାଷ୍ଟ୍ରରେ ଚର୍ଚ୍ଚା ମଧ୍ୟ ହେଉଛି । ପୂର୍ବ ସପ୍ତାହରେ ମହାରାଷ୍ଟ୍ରର ସତାରାରେ ପ୍ରବଳ ବର୍ଷାରେ ବି ଏକ ରାଲିକୁ ଏନ୍‌ସିପି ମୁଖ୍ୟ ଶରଦ ପାୱାର ସମ୍ବୋଧିତ କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋ ବୟାନ କରୁଛି ସଫଳତା ଘରେ ବସି ଆରାମର ମିଳି ନଥାଏ । ସଫଳତା ପାଇବାକୁ ହେଲେ ନିଷ୍ଠା ଏବଂ ଏକାଗ୍ରତା ଦରକାର । ପାୱାରଙ୍କ ଏଭଳି ଯିଦ୍‌ ଆଗରେ ମୁଣ୍ଡ ନୁଆଁଇ ବିରୋଧୀ ବି ତାଙ୍କୁ ପ୍ରଶଂସା କରିବାକୁ ବାଧ୍ୟ ହୋଇଛନ୍ତି ।

2014 ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ 41ଟି ଆସନ ଜିତିଥିଲା ଏନ୍‌ସିପି । ଯେତେବେଳ କି ବିଜେପି ୧୨୨ ଆସନରେ ବିଜୟ ଲାଭ କରିଥିଲା । ଶିବସେନା ୬୩ ଏବଂ କଂଗ୍ରେସ ୪୨ଟି ଆସନରେ ଜିତିଥିଲା । କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ବିଜେପି ୧୦୫, ଶିବସେନା ୫୬, ଏନ୍‌ସିପି ୫୪, କଂଗ୍ରେସ ୪୪ ଏବଂ ଏମ୍‌ଏନ୍‌ଏସକୁ ମିଳିଛି ଗୋଟିଏ ଆସନ । ପାୱାରଙ୍କ ପାୱାର ଷ୍ଟ୍ରୋକ ପାଇଁ ଏବେ ମହାରାଷ୍ଟ୍ରରେ ଗୋଳମାଳିଆ ହୋଇଛି ରାଜନୀତି ଗଣିତ । ୧୨୨ରୁ ୧୦୫ ଆସନକୁ ଖସିଆସିଥିବା ବିଜେପି ଏବେ ଚିନ୍ତାରେ ପଡ଼ିଛି । ଶିବସେନାର ଶକ୍ତି ବୃଦ୍ଧି ପାଇଥିବାରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବ ସୌନିକ ଦାବି କରୁଛନ୍ତି । ଏଭଳି ସ୍ଥଳେ ଏନ୍‌ସିପି ପାର୍ଟି ମହାରାଷ୍ଟ୍ରରେ ୪୧ ଆସନରୁ ୫୪ ଆସନ ଜିତି ଏବେ କିଙ୍ଗ ମେକର ଭୂମିକା ନେବା ଭଳି ମନେହେଉଛି । କଂଗ୍ରେସ ଓ ଶିବସେନା ସହ ମିଶି ଏମନ୍‌ସିପି ସରକାର ଗଠନ ପାଇଁ ଯୋଜନା କରେ ଏବଂ ସଫଳ ହୁଏ ତେବେ ଶରଦଙ୍କ ପାୱାର ମୋଦି ଏବଂ ଅମିତ ଶାହା ଯୋଡ଼ିକୁ ଏକ ବଡ଼ ଶିକ୍ଷା ଦେବ ।

Related Posts