ଭୁବନେଶ୍ୱର,୩୦/୧୨(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ମୋଟ ୬୮୩ଟି ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ତେବେ ଏଥିପାଇଁ ଜାନୁୟାରୀ ୧୭ରୁ ଫେବୃୟାରୀ ୧୬ ପର୍ଯ୍ୟନ୍ତ ଆବେଦନ କରିହେବ । ଆଶାୟୀ ଛାତ୍ରଛାତ୍ରୀ
http:/opsc.gov.inରେ କରିପାରିବେ ଆବେଦନ ।
ତେବେ ମୋଟ ୬୮୩ଟି ପଦବୀ ମଧ୍ୟରେ ୨୨୭ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶିତ ହୋଇଛି ।
