ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲାର ଯୋଗାଣ ବିଭାଗ ଅଧିକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲାର ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀ । ଜି ଭିଜିଲାନ୍ସ ଟିମ୍ ତାଙ୍କ ନୂଆପଡ଼ାସ୍ଥିତ ଘରେ ଚଢ଼ାଉ କରିଥିବା ଜଣାପଡ଼ିଛି। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ। ଆଜି ଭୋରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ନୂଆପଡା ଓ କଟକର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ଏଥିରେ ୬ ଜଣ ଡିଏସପିଙ୍କ ସହ ୧୨ଜଣ ଇନିସ୍ପେକ୍ଟର ସାମିଲ ଅଛନ୍ତି।

ଏହି ଚଢ଼ାଉ ସମୟରେ ରତ୍ନାକରଙ୍କର କଟକରେ ଦୁଇଟି ବହୁ ତଳ ବିଶିଷ୍ଟ ପ୍ରସାଦ ସହ ଏକ କଲ୍ୟାଣ ମଣ୍ଡପ ଠାବ କରାଯାଇଛି। ଏହା ବ୍ୟତୀତ ଚୌଦ୍ୱାରରେ ୩ ଏକରର ଏକ ଜମି ସହିତ ବହୁ ସୁନା ଗହଣା ଠାବ କରିଛି ଭିଜିଲାନ୍ସ ଟିମ୍ । ବଡ଼ କଥା ହେଉଛି କି ରତ୍ନାକର ଗତ କିଛି ଦିନ ତଳେ ଏକ କୋଟି ୧୩ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ପ୍ରିମିୟମ ଦେଇଛନ୍ତି।

Related Posts