‘ସମଦୂରତା’: ପଲିଟିକ୍ସରେ ବ୍ୟାଚେଲର ଫଣ୍ଡା

ବାସ୍ତବରେ ନବୀନଙ୍କ କାର୍ଯ୍ୟଧାରାକୁ ଦେଖିଲେ ‘ସମଦୂରତା’ କଥା କହୁଥିବା ନବୀନ ପରିସ୍ଥିତି ଓ ସୁଯୋଗକୁ ଦେଇ ଉଭୟ ବିଜପି ଓ କଂଗ୍ରେସ ସହ ବିଭିନ୍ନ ସମୟରେ ନିବିଡ଼ତା, ସହଯୋଗିତା ଓ ସହଭାଗିତା କରନ୍ତି । ନବୀନଙ୍କ ‘ସମଦୂରତା’ର ଏ ଯାଏଁ ଗୋଟିଏ ବି ଉଦାହରଣ ନାହିଁ । କିନ୍ତୁ ‘ସମ ନିବିଡ଼ତା’ର ଉଦାହରଣ ରହିଛି ଅନେକ ।

Naveen Use bachlor Funda In Odisha Politics

ବିବାହ ହେଉ ବା ରାଜନୀତି । ଯେତେବେଳେ ଜଣଙ୍କ ସାମ୍ନାରେ ଦୁଇଟି ଯାକ ପ୍ରସ୍ତାବ ଲୋଭନୀୟ ଓ ଲାଭଦାୟକ ହୋଇଥାଏ, ଯଦି କୁହାଯାଏ ଦୁଇଟିରୁ ଗୋଟିଏକୁ ବାଛିବା ପାଇଁ, ସେତେବେଳେ କରିବେ କ’ଣ ? ସବୁଠାରୁ ଭରସାଯୋଗ୍ୟ ଓ ଫେଲ୍‌ ହେବାର ସମ୍ଭାବନା କମ୍‌ ଥିବା ଉତ୍ତରଟି ହେଉଛି ନବୀନ ବାବୁଙ୍କ ଫର୍ମୁଲା । ଏ ଫର୍ମୁଲାଟି ଏଭଳି ଅକାଟ୍ୟ ଓ ଫଳପ୍ରଦ ଯାହା 20 ବର୍ଷ ହେଲା ଶହେ ପ୍ରତିଶତ ରେଜଲ୍ଟ ଦେଇଚାଲିଛି । ତାହା ହେଲା ଲିଭ୍‌ ଇନ୍‌ ରିଲେସନ୍‌ ଭଳି  । କୌଣସି ଜଣଙ୍କୁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିବେନି, ଯେତେଦିନ ଭଲ ପଡୁଥିବ ସାଙ୍ଗରେ ରହିବେ, ଆଉ ସାଥ୍‌ ଛାଡ଼ିବା ପରେ  We are very good friends(ଆମେ ଭଲ ସାଙ୍ଗ) କହି ସମ୍ପର୍କ କାଟିବେ ନାହିଁ । ରାଜନୀତିରେ ନବୀନଙ୍କର ଏହି ଫର୍ମୁଲାର ନାଁ ହେଲା ‘ସମଦୂରତା’

ବ୍ୟକ୍ତିଗତ ଜୀବନରେ ନବୀନ ଜଣେ ବ୍ୟାଚେଲର । ଯେଉଁଥିରେ ପ୍ରତ୍ୟକ କଥାରେ ନିଜର କୌଣସି ନିଷ୍ପତ୍ତି ପାଇଁ ପରିବାରରେ ସେ ଉତ୍ତରଦାୟୀ ନୁହନ୍ତି । ଯାହା ତାଙ୍କ ପାଇଁ ଠିକ୍‌ ସେ ନିର୍ଦ୍ବନ୍ଦ୍ବରେ ସେହି ନିଷ୍ପତ୍ତି ନେଇପାରିବେ । ବ୍ୟକ୍ତିଗତ ଜୀବନର ଅଭିଜ୍ଞତା ଓ ଶିକ୍ଷାକୁ ମିଶାଇ ଏକ ପରିବର୍ଦ୍ଧିତ ଫର୍ମୁଲା ରାଜନୀତିରେ ଆପଣାଇଛନ୍ତି ନବୀନ ପଟ୍ଟନାୟକ ।

ଜଣେ କମିଟେଡ୍‌ ବ୍ୟାଚେଲର ପାଇଁ ବ୍ୟାଚେଲରହୁଡ୍‌ର ଦର୍ଶନରୁ ହଟିବା କଷ୍ଟ । ନବୀନ ଏହାର ବ୍ୟତିକ୍ରମ ନୁହନ୍ତି । ରାଜନୀତିରେ ବି ବିବାହ କଲେ ନାହିଁ ନବୀନ । 2009ରେ ବିଜେପି ସହ ମେଣ୍ଟ ଛିନ୍ନ କରିବା ମଧ୍ୟ ଥିଲା ଲିଭ୍‌ ଇନ୍‌ ସମ୍ପର୍କରୁ ବାହାରି ଆସିବା ଭଳି ।

ନୂଆଦିଲ୍ଲୀରେ ଚାଷୀ ସମାବେଶ ପରଦିନ ମହାମେଣ୍ଟରେ ସାମିଲ୍‌ ହେବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ନବୀନ ପୁଣି ବିଜେପି ଓ କଂଗ୍ରେସଠାରୁ ସମଦୂରତା କଥା କହିଲେ । ଅସଲରେ ନବୀନଙ୍କର ଏହି ‘ସମଦୂରତା’ କ’ଣ ? ବିଜେପି-ବିଜେଡିଠାରୁ ସମାନ ଦୂରତା ନା ଉଭୟ ଦଳଙ୍କୁ ଦୁଃଖୀ ନ କରାଇବା ପାଇଁ ସମ ନିବିଡ଼ତା ? ସମଦୂରତା କହିଲେ ଯାହା ବୁଝାଯାଏ ଉଭୟଙ୍କ ସହିତ ସବୁବେଳେ ଏକ ନିର୍ଦ୍ଦିଷ୍ଟ ଦୂରତାରେ ରହିବା, ଯାହା କୌଣସି ପରିସ୍ଥିତିରେ ମିଶିହେବ ନାହିଁ ବା ଢଳିବେ ନାହିଁ ।

କିନ୍ତୁ ବାସ୍ତବରେ ଏହା ନବୀନଙ୍କର ସମ ନିବିଡ଼ତା । ପରିସ୍ଥିତି ଓ ସୁଯୋଗକୁ ଦେଇ ଉଭୟଙ୍କ ସହିତ ବିଭିନ୍ନ ସମୟରେ ନିବିଡ଼ତା, ସହଯୋଗିତା ଓ ସହଭାଗିତା । ନବୀନଙ୍କ ସମଦୂରତାର ଏ ଯାଏଁ ଗୋଟିଏ ବି ଉଦାହରଣ ନାହିଁ । କିନ୍ତୁ ସମ ନିବିଡ଼ତାର ଉଦାହରଣ ରହିଛି ଅନେକ । ରାଷ୍ଟ୍ରପତି ନିର୍ବାଚନରେ ବିଜେପି, ଉପରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ, ତିନ ତଲାକ୍‌ ବିରୋଧୀ ବିଲ୍‌ ଆଉ ଏବେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସବର୍ଣ୍ଣଙ୍କ ପାଇଁ ସଂରକ୍ଷଣ ପ୍ରସ୍ତାବରେ ପୁଣି ବିଜେପିକୁ ସମର୍ଥନ । ଯାହା ନବୀନଙ୍କର ପେଣ୍ଡୁଲମ୍‌ ପଲିଟିକ୍ସ ବୋଲି ଅନେକ ସମୟରେ ଉଦାହରଣ ଦିଅନ୍ତି କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ।

Related Posts