ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।
ପ୍ରସନ୍ନ ପଟ୍ଟନାୟକ ଥିଲେ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ। କାମାକ୍ଷାନଗର ନିର୍ବାଚନମଣ୍ଡଳୀରୁ ସେ ୩ଥର ବିଧାୟକ ହୋଇଥିଲେ।୧୯୭୭ ମସିହାରେ ପ୍ରଥମେ ଜନତା ପାର୍ଟିରୁ ନିର୍ବାଚନ ଜିତି ଆସିଥିଲେ ବିଧାନସଭା। ଏହାପରେ ବିଜେପି ଟିକେଟରେ ୧୯୮୫ରେ ହୋଇଥିଲେ ବିଧାୟକ। ପୁନର୍ବାର ୧୯୯୦ରେ ତୃତୀୟ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ପ୍ରସନ୍ନ ପଟ୍ଟନାୟକ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ତାଙ୍କର ଶେଷ ଦର୍ଶନ କରିଛନ୍ତି।