ଜୟପୁରର ଦେଓଘାଟି ନିକଟରେ ଦୁର୍ଘଟଣା: ଘାଟିରୁ ବରଯାତ୍ରୀ ଗାଡ଼ି ଓଲଟି ଜଣେ ମୃତ, ୧୦ରୁ ଉର୍ଦ୍ଧ ଆହତ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁରର ଦେଓଘାଟି ନିକଟରେ ଅଘଟଣ | ଘାଟିରୁ ଓଲଟି ପଡିଲା ଏକ ବରଯାତ୍ରୀ ଗାଡ଼ି । ଫଳରେ ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବାହାଘର ନିମନ୍ତେ ଜୟପୁରରୁ ଆର.ଉଦୟଗିରି ଯାଉଥିଲା ବରଯାତ୍ରୀ ଗାଡି । କିନ୍ତୁ ଜୟପୁର-କୋରାପୁଟ ରାସ୍ତା ଦେଓଘାଟି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଯାହାଫଳରେ କି ଗାଡ଼ିରେ ଥିବା ଲୋକଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତରଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ଯାଏଁ ମୃତକଙ୍କ ପରିଚୟ ହସ୍ତଗତ ହୋଇନାହିଁ ।

ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି |

Related Posts