କଳା ପୋଷାକରେ ବିରୋଧୀଙ୍କ ଗର୍ଜନ, ହଟ୍ଟଗୋଳରେ ଅଚଳ ହେଲା ବିଧାନସଭା

ଭୁବନେଶ୍ୱର:ବିଧାନସଭାରେ ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ବିରୋଧୀଦଳ ଦୁର୍ବଳ ମୁଖ୍ୟମନ୍ତ୍ରୀ ଲେଖାଥିବା ଟି ସାର୍ଟ ପିନ୍ଧି SCB ମୁଦ୍ଦାକୁ ନେଇ ଗୃହ ମଝିରେ ହଟ୍ଟଗୋଳ କରିଥିଲେ। କଳା ଟି-ସାର୍ଟ ପିନ୍ଧି ଆସିଥିବା ବିରୋଧୀ ସଦସ୍ୟମାନେ ନାରାବାଜି କରି ଗୃହର କାର୍ଯ୍ୟବାହୀକୁ ବାଧା ସୃଷ୍ଟି କରିଥିଲେ।ପ୍ରଶ୍ନକାଳ ସଂଚାଳନ କରିବାକୁ ବାଚସ୍ପତି ଅନେକ ପ୍ରୟାସ କରିଥିଲେ ମଧ୍ୟ ପରିସ୍ଥିତି ସମ୍ଭାଳିବା କଷ୍ଟଥିଲା। ଗୃହରେ ଅବ୍ୟବସ୍ଥା ଚାଲିଥିବାରୁ ବାଚସ୍ପତି ବିଧାନସଭାକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବି କରିବାକୁ ବାଧ୍ୟ ହୋଇଥିଲେ।ଏହି ଘଟଣା ପୁଣିଥରେ ରାଜ୍ୟର ରାଜନୈତିକ ପରିସ୍ଥିତିରେ ବଢ଼ୁଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ସ୍ପଷ୍ଟ କରିଦେଇଛି।

Related Posts