ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ ରାସ୍ତା ଉପରେ କ୍ଷୀର ଢାଳିଲେ ଚାଷୀ। ଓମ୍ଫେଡ୍ର ଚାଷୀମାରଣ ନୀତି ବିରୁଦ୍ଧରେ ପ୍ରତିବାଦ ଜଣାଇ ଗୋ-ଚାଷୀମାନେ ରାସ୍ତା ଉପରେ କ୍ଷୀର ଢାଳିଛନ୍ତି।
ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଅନ୍ୟ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା କ୍ଷୀର ଦାମ୍ ବଢ଼ାଇଥିବା ବେଳେ ଓଏମ୍ଫେଡ୍ କୌଣସି ପଦକ୍ଷେପ ନେଉନି। ଅନ୍ୟପଟେ ଗୋ-ଦାନା , ମେଡ଼ିସିନ, ଚୋକଡ଼ ମୂଲ୍ୟ ବହୁତ ଅଧିକ ହେଲାଣି। ତେଣୁ ସରକାର ଓ ଓଏମ୍ଫେଡ୍ର ଏଭଳି ପଦକ୍ଷେପକୁ ନିନ୍ଦା କରି ଚାଷୀମାନେ ଅଭିନବ ପ୍ରତିବାଦ କରିଛନ୍ତି। ଓଏମ୍ଫେଡ୍ ଯଦି ଦୁଗ୍ଧ ଦର ନ ବଢ଼ାଏ ତେବେ ଆଗକୁ ଆନ୍ଦୋଳନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
