‘ଓବିସି ନୁହେଁ ଓୱେସି କହିଥିଲି’; ବିବାଦ ପରେ ବଦଳିଲା ବାବାଙ୍କ ସ୍ୱର’

ଭୁବନେଶ୍ୱର,14/1(ସତ୍ୟପାଠ ବ୍ୟୁରୋ): ପୁଣି ବିବାଦ ଘରେରେ ଯୋଗ ଗୁରୁ ବାବା ରାମଦେବ। ତାଙ୍କର ଏକ ଭାଇରାଲ ଭିଡ଼ିଓ କୁ ନେଇ ବିବାଦ ଉପୁଜିଛି। ରାମଦେବ ଏହି ଭାଇରାଲ ଭିଡିଓରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ର ଲୋକଙ୍କ ବିରୋଧରେ ଟିପ୍ପଣୀ କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ବିବାଦ ଜୋର ଧରିବା ପରେ ଏବେ ବାବା ନିଜ ସ୍ୱର ବଦଳାଇ ସଫେଇ ଦେଇଛନ୍ତି । ସେ କହିଛନ୍ତି, ମୋର ଟିପ୍ପଣୀ ‘ଓବିସି’ ନୁହେଁ, ‘ଏଆଇଏମ୍‌ଆଇଏମ୍‌’ ନେତା ଅସଦୁଦ୍ଦୀନ ଓୱେସିଙ୍କ ପ୍ରତି ଥିଲା ବୋଲି ଭାଇରାଲ୍‌ ହୋଇଥିବା ଭିଡିଓ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ଯୋଗ ଗୁରୁ ରାମଦେବ କହିଛନ୍ତି।

ନିକଟରେ ରାମଦେବଙ୍କ ଅନ୍ୟାନ୍ୟ ପଛୁଆବର୍ଗ ବା ‘ଓବିସି’ ବିରୁଦ୍ଧରେ ଟିପ୍ପଣୀ ଦେବା ଭଳି ଜଣାପଡୁଥିବା ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଭିଡ଼ିଓ କୁ ନେଇ ବିବାଦ ଉପୁଜିଥିବା ବେଳେ ଉକ୍ତ ଭିଡିଓରେ ରାମଦେବ ତାଙ୍କ ବ୍ରାହ୍ମଣ ସମ୍ପ୍ରଦାୟ ଉପରେ ଗୁରୁତ୍ୱାରୋପ କରି ‘ଓବିସି’ ସମ୍ପ୍ରଦାୟକୁ ଅପମାନିତ କରୁଥିବା ମନେ ହେଉଛି। ‘ଓବିସି’ ସମ୍ପ୍ରଦାୟଙ୍କୁ ଅପମାନିତ କରିଥିବାରୁ ଅନେକ ସାମାଜିକ ଗଣମାଧ୍ୟମରେ ରାମଦେବଙ୍କୁ ସମାଲୋଚନା କରିଛନ୍ତି। ସୋଶାଲ ମିଡିଆରେ ଅନେକ ଲୋକେ #boycottpatanjali ଲେଖି ବାବା ରାମଦେବଙ୍କୁ ବିରୋଧ କରୁଛନ୍ତି।

ଭାଇରାଲ ଭିଡିଓକୁ ନେଇ ହଙ୍ଗାମା ହେବା ପରେ ଆଗକୁ ଆସି ବାବା ରାମଦେବ ଏବେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ‘ମୋ ଟିପ୍ପଣୀକୁ ଭୁଲ୍‌ ଭାବେ ଦର୍ଶାଯାଇଛି। ଲୋକେ ଶୁଣିବାରେ ବି ଭୁଲ୍‌ ରହିଛି। ମୁଁ ‘ଓବିସି’ ନୁହେଁ, ଓୱେସି କହିଥିଲି। ଓୱେସିଙ୍କ ପୂର୍ବ ପୁରୁଷମାନେ ଦେଶ ବିରୋଧୀ ଥିଲେ। ମୁଁ ଓବିସି ସମ୍ପ୍ରଦାୟକୁ ନେଇ କିଛି କହି ନାହିଁ।’

କେବଳ ସେତିକି ନୁହେଁ ରାମଦେବ ନିଜେ ବ୍ରାହ୍ମଣକୂଳରେ ଜାତ ହୋଇଥିବା କହି ଅଗ୍ନିହୋତ୍ରୀ ବ୍ରାହ୍ମଣ ସମେତ ବିଭିନ୍ନ ସମ୍ପ୍ରଦାୟର ବ୍ରାହ୍ମଣଙ୍କ କଥା ଉଲ୍ଲେଖ କରୁଛନ୍ତି। ସେ କହିଛନ୍ତି, ମୋର ମୂଳ ଗୋତ୍ର ହେଉଛି ବ୍ରହ୍ମା। ମୁଁ ଅଗ୍ନିହୋତ୍ରୀ ବ୍ରାହ୍ମଣ। ଲୋକେ କହୁଛନ୍ତି ବାବାଜି ହେଉଛନ୍ତି ‘ଓବିସି’। ମୁଁ ହେଉଛି ବେଦୀ ବ୍ରାହ୍ମଣ। ଦିୱେଦି ବ୍ରାହ୍ମଣ, ତ୍ରିବେଦୀ ବ୍ରାହ୍ମଣ, ଚତୁର୍ବେଦୀ ବ୍ରାହ୍ମଣ। ମୁଁ ଚାରିବେଦ ପଢ଼ିଛି।

Related Posts