‘ପାଣ୍ଡିଆନ ହେଉଛନ୍ତି ବିକାଶ ପୁରୁଷ, ରାଜନୀତିକୁ ଆସିଲେ ଓଡ଼ିଶାବାସୀ ସ୍ଵାଗତ କରିବେ’: ସୁଜିତ କୁମାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭି.କେ. ପାଣ୍ଡିଆନଙ୍କ ଭିଆରଏସ ଓ ନୂଆ ନିଯୁକ୍ତି ପରେ ଏବେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ | ଏହାରି ଭିତରେ ଜଣେ ପରେ ଜଣେ ବିଜେଡି ନେତା ପାଣ୍ଡିଆନ ରାଜନୀତିକୁ ଆସିବା ସପକ୍ଷରେ ମନ୍ତବ୍ୟ ଦେଉଛନ୍ତି | ଏହି କ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର ପ୍ରତିକ୍ରିୟା ରଖି କହିଛନ୍ତି, ପାଣ୍ଡିଆନ ରାଜନୀତିକୁ ଆସିଲେ ଲୋକ ଗ୍ରହଣ କରିବେ।

ସୁଜିତ ଆହୁରି କହିଛନ୍ତି ଯେ, ପାଣ୍ଡିଆନ ରାଜନୀତିକୁ ଆସିଲେ ଓଡ଼ିଶାବାସୀ ବହୁତ ମାତ୍ରାରେ ସ୍ଵାଗତ କରିବେ। ପାଣ୍ଡିଆନ ହେଉଛନ୍ତି ବିକାଶ ପୁରୁଷ। ରୂପାନ୍ତରିକରଣର ମହାନାୟକ ପାଣ୍ଡିଆନ। ସେଥିପାଇଁ ଲୋକ ଗ୍ରହଣ କରିବେ। ଏବେ ଯାଏଁ ସେ ରାଜନୀତିକୁ ଆସିନାହାନ୍ତି। ସେ ରାଜନୀତିକୁ ଆସିଲେ ଓଡ଼ିଶାବାସୀ ସ୍ଵାଗତ କରିବେ ବୋଲି ସୁଜିତ କହିଛନ୍ତି।

Related Posts