ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ଯାତ୍ରୀବାହୀ ବସ: ଜଣେ ମୃତ, ୨୦ ଆହତ

ନିମାପଡା : ପୁରୀ ରୋଡ୍‌ରେ ଦୁର୍ଘଟଣା । ଭୁବନେଶ୍ୱର- ପୁରୀ ନିକଟ ପିପିଲି ନିକଟସ୍ଥ ଟୋଲ ପ୍ଲାଜା ନିକଟରେ ଘଟିଛି ଅଘଟଣ। ଭରଶାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ଫଳରେ ୨୦ ଯାତ୍ରୀ ଏଥିରେ ଆହତ ହୋଇଛନ୍ତି । ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରେ ପିପିଲି ପୋଲିସ ପହଞ୍ଚି ତଦନ୍ତ କରୁଛି ।

ମିଳିଥିବା ସୂଚନା ଅନୁସାରେ ଯାତ୍ରୀବାହୀ ବସ୍‌ଟି ଭୁବନେଶ୍ୱରରୁ ଅସ୍ତରଙ୍ଗ ଅଭିମୁଖେ ଯାଉଥିଲା । ଅତ୍ୟଧିକ ସ୍ପିଡ଼ରେ ଆସୁଥିବାରୁ ଏହା ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡ଼ିଥିଲା । ତେବେ ଉଦ୍ଧାର କର୍ଯ୍ୟ ଜାରି ରହିଥିବା ବେଳେ ଆହତମାନଙ୍କୁ ପିପିଲି ଓ ଭୁବନେଶ୍ୱର ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି।

Related Posts