ଶ୍ରୀନଗର : ପିପୁ୍‌ଲ୍ସ ଡେମୋକ୍ରେଟିକ ପାର୍ଟି(ପିଡିପି)ର ମୁଖ୍ୟ ମେହେବୁବା ମୁଫତି ଖାଲି କରିବେ ଶ୍ରୀନଗର ଘର। ଏନେଇ ତାଙ୍କୁ ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ନିଜେ ମେହେବୁବା ଖବରଦାତାଙ୍କୁ ଏହି ସୂଚନା ଦେଇଛନ୍ତି ।

ମେହେବୁବା କହିଛନ୍ତି ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇ ତାଙ୍କୁ ଯେତେଶୀଘ୍ର ସମ୍ଭବ ଘର ଖାଲି କରିବାକୁ କୁହାଯାଇଛି ।

ଏବେ ସେ ଶ୍ରୀନଗରର ଫେୟାରଭ୍ୟୁ ରେସିଡେନ୍ସିରେ ରହୁଛନ୍ତି । ତେଣୁ ତାଙ୍କୁ ଏହି ସରକାରୀ ଘରକୁ ଶୀଘ୍ର ଖାଲି କରିବାକୁ କୁହାଯାଇଛି ।
ତେବେ ସରକାର ତାଙ୍କୁ ଆଉ ଏକ ଘର ଅଫର କରିଛନ୍ତି । କାରଣ ମେହେବୁବା ଏବେ ଯେଉଁ ଘରେ ରହୁଛନ୍ତି ତାହା ବହୁତ ପୁରୁଣା ଘର । ଏହାସହ ମେହେବୁବାଙ୍କ ସୁରକ୍ଷାକୁ କଡା କରାଯିବା ଉଚିତ ବୋଲି ସରକାର କହିଛନ୍ତି । ତେଣୁ ସେହି ପୁରୁଣା ଘରକୁ ଖାଲି କଲେ ସରକାର ତାଙ୍କୁ ଆଉ ଏକ ନୂଆ ଘର ଦେବେ ବୋଲି କହିଛନ୍ତି ।