ପରିଚାଳନା କମିଟିରେ ଆଉ ରହିବେନି ରାଜନେତା-ଉଚ୍ଚଶିକ୍ଷା ମନ୍ତ୍ରୀ

ଏଣିକି ଆଉ କଲେଜ୍ ପରିଚାଳନା କମିଟିରେ ରାଜନେତା ରହିବେ ନାହିଁ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଅବିଭାବକ ସଂଘ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ” ଉଚ୍ଚଶିକ୍ଷାରେ ଅବିଭାବକଙ୍କ ଭୂମିକା” ଶିର୍ଷକ ଏକ କର୍ମଶାଳାରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଡ ଅରୁଣ ସାହୁ କହିଛନ୍ତି ରାଜନେତାଙ୍କ ସ୍ଥାନରେ ଶିକ୍ଷାବିତ୍ ମାନଙ୍କୁ ଏଣିକି ପରିଚାଳନା କମିଟିର ଦାୟିତ୍ୱ ଦିଆଯିବ । ଶିକ୍ଷାନୁଷ୍ଠାନ ମାନଙ୍କୁ ରାଜନୈତିକ ପରିବେଶରୁ ମୁକ୍ତ ରଖିବାକୁ ସରକାର ପଦକ୍ଷେପ ନେଇଛନ୍ତି ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷା ନଦେବା, ଘର ପାଖରେ ପଢିବା ପରି ମାନସିକତା ଦିନକୁ ଦିନ ବୃଦ୍ଧି ପାଉଥିବା କଥା ମାନ୍ୟଵର ମନ୍ତ୍ରୀ କହିଛନ୍ତି । ଅବିଭାବକମାନେ ଘର ପାଖର ସବୁ ସୁବିଧା ହେଉ ବୋଲି ଦାବି କରୁଛନ୍ତି । ଦିନଥିଲା ଘରଠାରୁ ବହୁ ଦୁରରେ ହଷ୍ଟେଲରେ ରହି ପିଲାମାନେ ପାଠ ପଢୁଥିଲେ । ବାହାର ପରିବେଶରେ ଏକା ଏକା ରହି ପାଠ ପଢିବାର ଫଳ ଥିଲା ସ୍ବତନ୍ତ୍ର । ସମୟ ବଦଳି ଯାଇଛି ହାତ ପାହାନ୍ତାରେ ସବୁ ସୁବିଧା ମିଳୁ ବୋଲି ମାନସିକତା ଆମକୁ ଆଗକୁ ଯିବାରେ ବାଧା ସୃଷ୍ଠି କରୁଛି । ଅବିଭାବକମାନେ ପିଲାମାନଙ୍କ ଉପରେ ନିଜ ନିଜର ଇଚ୍ଛାକୁ ଲଦି ଦେଇ ସେମାନଙ୍କର ପସନ୍ଦ ଅନୁଯାୟୀ ପାଠ ପଢିବାକୁ ପରାମର୍ଶ ଦେଇଛନ୍ତି ଡ ଅରୁଣ ସାହୁ ।

 

ଉଚ୍ଚଶିକ୍ଷାରେ ଗୁଣାତ୍ମକ ବିକାଶ ପାଇ ସରକାର ଅନବରତ ପ୍ରଚେଷ୍ଠା କରୁଥିବାର କଥା କହିବାକୁ ଯାଇ ଘରୋଇ ଟ୍ୟୁସନକୁ ଦୃଢ ବିରୋଧ କଥା କରିଛନ୍ତି । କୌଣସି ପରିସ୍ଥିତିରେ ଅଧ୍ୟାପକମାନେ ଟ୍ୟୁସନ କରିପାରିବେ ନାହିଁ । ଟ୍ୟୁଟୋରିଆଲରେ ପଢାଉଥିବା ଖବର ବିଭାଗ ପାଖକୁ ଆସିଲେ ସମ୍ପୃକ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଏଠାରେ ପ୍ରଶ୍ନ ଉଠେ ସରକାରଙ୍କ ଏଭଳି ବାରମ୍ବାର ତାଗିଦ୍ ଅଧ୍ୟାପକଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ କାହିଁକି ? ଗୋଟିଏ ପଟେ ଅଧାରୁ ଅଧିକ ଅଧ୍ୟାପକ କର୍ମଚାରୀ ପଦ ଖାଲି ପଡିଥିବା ବେଳେ ଛାତ୍ରଛାତ୍ରୀ ମାନେ ଟ୍ୟୁଟୋରିଆଲ ମୁହାଁ ହେଉଛନ୍ତି ଆଉ ଏଭଳି ସମୟରେ କିଛି ମୁଷ୍ଟିମେୟ ବ୍ୟବସାୟିକ ମନୋବୃତ୍ତି ଅଧ୍ୟାପକ ଏହାର ଫାଇଦା ଉଠାଉଛନ୍ତି । ଅପର ପକ୍ଷରେ ସରକାର ଅଧ୍ୟାପକ କର୍ମଚାରୀଙ୍କୁ ଉଚ୍ଚିତ ନ୍ୟାୟ ଦେଉନଥିବାରୁ ଆର୍ଥିକ ସହାୟତା ପାଇଁ ଏଭଳି ଟ୍ୟୁସନ ପ୍ରଥାକୁ ଇଚ୍ଛା ବିରୁଦ୍ଧରେ ଆପଣାଉଥିବା କଥା ଶିକ୍ଷକ ନେତା କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ପଞ୍ଚମ ପାଳିର ସରକାରରେ ଉଚ୍ଚଶିକ୍ଷା ବିଭାଗ ଅଧ୍ୟାପକଙ୍କ ପାଇଁ ବାଧ୍ୟତାମୂଳକ ୭ ଘଣ୍ଟାର ରହଣୀ, ବାୟୋମ୍ୟାଟ୍ରିକ ଉପସ୍ଥାନ, ଛାତ୍ରଛାତ୍ରୀ ମାନଙ୍କୁ ୭୫% ଉପସ୍ଥାନ, ପ୍ରଥମ ବର୍ଷ ପରୀକ୍ଷା ପରି ଅନେକ ସଂସ୍କାରମୂଳକ ନିଷ୍ପତ୍ତି କାର୍ଯ୍ୟକାରୀ କରିଛନ୍ତି ।

Related Posts