ପ୍ରତାପ ଓ ସଞ୍ଜୟଙ୍କୁ ଜିଲ୍ଲା ଦାୟିତ୍ବ ଦେଲା ବିଜେଡି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜୁ ଜନତା ଦଳ ୨ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି। କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲା ପାଇଁ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି। ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଏବଂ ସଞ୍ଜୟ କୁମାର ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି।ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଦୁଇ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।

ତେବେ ବିଜେଡିର ମୁଖ୍ୟାଳୟ ସାଧାରଣ ସମ୍ପାଦକ ଥିବା ସଞ୍ଜୟ ଦୀର୍ଘଦିନ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ଦେଖାଯାଉଥିଲା। ଏପରିକି ସେ ଦଳ ଛାଡ଼ିବା ନେଇ ମଧ୍ୟ ଆଲୋଚନା ହେଉଥିଲା। ସେହିପରି ପ୍ରତାପ ଜେନା ମଧ୍ୟ ମାହାଙ୍ଗା ଡବଲ ମର୍ଡର ମାମଲାରେ ଫସିଛନ୍ତି। ଏଭଳି ସ୍ଥିତିରେ ଉଭୟଙ୍କୁ ନୂଆ ଦାୟିତ୍ବ ମିଳିଥିବା ବେଳେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସେପଟେ ନୂଆ ଦାୟିତ୍ୱ ପାଇବା ପରେ ସଞ୍ଜୟ କହିଛନ୍ତି, ପୂର୍ବରୁ ଦଳର ସଭାପତି ନବୀନ ପଟ୍ଟନାୟକ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ନିଷ୍ଠା ଓ ଆନ୍ତରିକତାର ସହ ନିର୍ବାହ କରିଛି । ଏବେ ଯେଉଁ ଦାୟିତ୍ୱ ମିଳିଛି ତାହାକୁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି । ମୋ ଉପରେ ଭରସା ଓ ବିଶ୍ୱାସ ସହ ଆସ୍ଥା ପ୍ରକଟ କରିଥିବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସଞ୍ଜୟ ।

Related Posts