ପ୍ରତାରଣାକୁ କ୍ୟାବିନେଟ ମୋହର

୨୦୧୪ ମସିହା ନିର୍ବାଚନୀ ଘୋଷଣାପତ୍ରରେ ବିଜେଡି ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହୋଇଛି । ରାଜ୍ୟ ମନ୍ତ୍ରୀ ପରିଷଦର ଶେଷ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତନ୍ତ୍ୟ ଚଢାଗଳାରେ ଏମିତିକା ବାହାସ୍ଫୋଟ ମାରିଲେ । ହେଲେ ଏହାର ବାସ୍ତବତାକୁ ଯଦି ପରଖାଯାଏ, ତେବେ ମୁଖ୍ୟମନ୍ତ୍ରୀଙ୍କ ଦାବି ଖାଲି ଯେ, ଧୂଆଁବାଣ ତାହା ଜଳଜଳ ଦିଶୁଛି । ଘୋଷଣାପତ୍ରର ପ୍ରଥମ ଧାଡିରେ ସ୍ପଷ୍ଟ ଲେଖାଥିଲା ଯେ, ବିଜେଡିର ପ୍ରତିଶ୍ରୁତି କେବଳ ନିର୍ବାଚନ ଭିତ୍ତିକ ନୁହେଁ, ବରଂ ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଦଳ ଗ୍ୟାରେଣ୍ଟି ପ୍ରଦାନ କରୁଛି । ଏକ ଦାୟିତ୍ୱବାନ ଗଣମାଧ୍ୟମ ଭାବରେ ସତ୍ୟାପାଠ ନବୀନ ବାବୁଙ୍କ ପ୍ରତିଶ୍ରୁତି କାର୍ଯ୍ୟକ୍ଷେତ୍ରରେ କେତେମାତ୍ରାରେ ପ୍ରତିଫଳିତ ହୋଇଛି ତାର ଏକ ସମୀକ୍ଷା ରିପୋର୍ଟ ପ୍ରସ୍ତୁତ କରିଛି ।

ରାଜ୍ୟରେ କୃଷିଜାତ ଶସ୍ୟ ବିଶେଷକରି ଆଳୁ ମହଜୁଦ୍ କରି ରଖିବା ପାଇଁ ରାଜ୍ୟର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲେ । ମାତ୍ର ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଶୀତଳଭଣ୍ଡାରର ବିକଳିଆ ସ୍ଥିତିର ଚିତ୍ର ପଦାକୁ ଆସିଛି । ରାଜ୍ୟରେ ପ୍ରତି ବ୍ଲକରେ ଶୀତଳଭଣ୍ଡାର ପ୍ରତିଷ୍ଠା ତ ଦୂରରେ ଥାଉ, ୨୦୧୪ରେ ୧୨୦ଟି ଶୀତଳଭଣ୍ଡାର କାର୍ଯ ୍ୟକ୍ଷମ ଥିବାବେଳେ ବର୍ତ୍ତମାନ ତାହାର ସଂଖ୍ୟା ୧୫ରେ ପହଞ୍ଚିଛି । ଏମିତିକି ଉଦ୍ୟୋଗପତିମାନଙ୍କୁ ଶୀତଳଭଣ୍ଡାର ନିର୍ମାଣ କରିବାକୁ ମତେଇ ପରବର୍ତ୍ତୀ ମୂହୂର୍ତ୍ତରେ ସେମାନଙ୍କ ସାଙ୍ଗରେ ଛଳନା କରିଥିବା ବେସରକାରୀ ଶୀତଳଭଣ୍ଡାର ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ କରାଗଲାଣି । ଉଦ୍ୟୋଗପତିମାନେ ପ୍ରାୟ ୨୬୦ କୋଟି ଟଙ୍କା ବିନିମୟରେ ପ୍ରାୟ ୨୬ଟି ଶୀତଳଭଣ୍ଡାର ପ୍ରତିଷ୍ଠା କରିଥିଲା ବେଳେ ଆବଶ୍ୟକ ଆଳୁ ଉତ୍ପାଦନ ନହେବା ଯୋଗୁଁ ସେଗୁଡିକ ଅଚଳ ହେବାକୁ ବସିଲାଣିା

ସେହିପରି ରାଜ୍ୟରେ ଆଳୁର ନିଅଣ୍ଟିଆ ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଆଳୁ ମିଶନର ଘୋଷଣା କରିଥିଲେ । ତେବେ ରାଜ୍ୟରେ ଆଳି ଅଭାବକୁ ପୂରଣ କରିବା ଦୂରରେ ଥାଉ, ୨୦୧୪ ମସିହାରେ ଯେତିକି ମାତ୍ରାରେ ଆଳୁ ଉତ୍ପାଦନ ହେଉଥିଲା, ବର୍ତ୍ତମାନ ତାଠାରୁ କମ୍ ମାତ୍ରାରେ ଉତ୍ପାଦିତ ହେଉଛି ।

ଶାସକ ବିଜେଡି ୨୦୧୪ ମସିହାରେ ରାଜ୍ୟରେ ଚିଟ୍ଫଣ୍ଡ ଘୋଟାଲାର ଶିକାର ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କ ଜମାଟଙ୍କା ଫେରାଇବାକୂୁ ପ୍ରତିଶ୍ରୁତି ପ୍ରଦାନ କରିଥିଲା । ମାତ୍ର ଅଦ୍ୟାବଧି କେତେଜଣ ଜମାଟଙ୍କା ଫେରିପାଇଲେ ତାର ହିସାବ କାହା ପାଖରେ ନାହିଁ । ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବାକୁ ମୁଖ୍ୟମନ୍ତ୍ରୀ ପ୍ରତି ୫୦୦୦ ଲୋକସଂଖ୍ୟାରେ ଗୋଟିଏ ଡାକ୍ତରଖାନା ନିର୍ମାଣ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ମାତ୍ର ରାଜ୍ୟରେ ବର୍ତ୍ତମାନ ପ୍ରତି ୨୪୦୦୦ ଲୋକରେ ଗୋଟିଏ ମାତ୍ର ଡାକ୍ତରଖାନା ଅଛି । ଯାହାର ଅବସ୍ଥା ନକହିବା ଭଲ ।

ଶାସକ ବିଜେଡି ସରକାରକୁ ଆସିଲେ ରାଜ୍ୟରେ ସମସ୍ତ ଡାକ୍ତର ପଦବୀ ପୂରଣ କରିବାକୁ ନିର୍ବାଚନୀ ଗ୍ୟାରେଣ୍ଟି ପ୍ରଦାନ କରିଥିଲା । ହେଲେ ରାଜ୍ୟରେ ବର୍ତ୍ତମାନ ୬୫୩୬ ମଞ୍ଜୁରୀପ୍ରାପ୍ତ ଡାକ୍ତରଙ୍କ ମଧ୍ୟରୁ ୩୪୦୩ଟି ପଦବୀରେ ଡାକ୍ତର ଅଛନ୍ତି । ସତ୍ୟ ଆଉ ବାସ୍ତବତାର ଫରକ୍ ଆପଣ ପାଠକମାନେ ବୁଝିପାରୁଥିବେ ନିଶ୍ଚୟ ।

ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ବହୁଦିନ ଧରି ଜଳସେଚନ ବିଭାଗକୁ ଜାବୁଡି ଧରିଛନ୍ତିା ନିଜେ ମୁଖ୍ୟମନ୍ତ୍ରୀ ୨୦୧୪ରେ ୧୦ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ବ୍ୟବସ୍ଥା ଯୋଗାଇଦେବାକୁ ଗ୍ୟାରେଣ୍ଟି ଦେଇଥିଲେ । ଯାହାଫଳରେ ପୂର୍ବାପରର ପ୍ରତିଶ୍ରୁତିକୁ ମିଶାଇଲେ ରାଜ୍ୟରେ ପ୍ରାୟ ୮୦ ପ୍ରତିଶତ ଚାଷ ଜମି ଜଳସେଚନ ବ୍ୟବସ୍ଥା ଉପଯୋଗୀ ହୋଇପାରିଥାନ୍ତା । ମାତ୍ର ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ମୋଟ ଚାଷଜମିର ୨୯ ପ୍ରତିଶତ ଚାଷଜମି ହେଉଛି ମୁଖ୍ୟ ଫସଲ ଜଳସେଚିତ ଜମି ବୋଲି ବିରୋଧି ଅଭିଯୋଗ କରିଛନ୍ତି ।

ନିଜର ଗ୍ୟାରେଣ୍ଟି ପତ୍ରରେ ସରକାର ରାଜ୍ୟର ପ୍ରାୟ ୨ଲକ୍ଷ ବସ୍ତି ପରିବାରକୁ ଜମି ପଟ୍ଟା ଯୋଗାଇଦେବାକୁ ଘୋଷଣା କରିଥିଲେ । ମାତ୍ର ବର୍ତ୍ତମାନ ସୁଦ୍ଧା ଅତିବେଶୀରେ ୧୦ ହଜାର ବସ୍ତି ବାସିନ୍ଦାକୁ ଜମି ପଟ୍ଟା ମିଳିଛି । ନବୀନ ବାବୁଙ୍କ ଗ୍ୟାରେଣ୍ଟି ପତ୍ରରେ େକେତେ ଦମ୍ ଅଛି ତାହା ଜଳଜଳ ହୋଇ ଦିଶୁଛି ବୋଲି ବିରୋଧି ତାତ୍ସଲ୍ୟ କଲେଣୀ । ସେହିପରି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଗୋଟିଏ ବି ପରିବାର ବିନା ପକ୍କାଘରରେ ରହିବେ ନାହିଁ ବୋଲି ଘୋଷଣା କରାଯାଇଥିଲ।। ଏହା କାର୍ଯ୍ୟକ୍ଷେତ୍ରରେ କେତେମାତ୍ରାରେ ପ୍ରତିଫଳିତ ହୋଇଛି ପାଠକେ ଅନୁମାନ କରିପାରୁଥିବେ ନିଶ୍ଚୟ ।

ସେହିପରି ଗ୍ରାମାଞ୍ଚଳରେ ବସବାସ କରିଥିବା ଲୋକମାନଙ୍କୁ ପାଇପ୍ ଯୋଗେ ଜଳଜୋଗାଣ କରିବାକୁ ମାନ୍ୟବର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ମାତ୍ର ଅଦ୍ୟାବଧି ଗ୍ରାମାଞ୍ଚଳ ଲୋକସଂଖ୍ୟାର ମାତ୍ର ୨ ପ୍ରତିଶତଙ୍କ ଘରେ ପାଇପ୍ ଜଳ ପହଞ୍ଚାଯାଇପାରିଛି ।

ଚାଷୀଙ୍କୁ ବୋନସ୍, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କମ୍ ଦରରେ ସାର, ବିଷ ଏବଂ କୀଟନାଶକ ଯୋଗାଣ ସହିତ ଏମିତି ବହୁ ଘୋଷଣା ରହିଛି ଯାହାର କାଣିଚାଏ ମଧ୍ୟ ପୂରଣ ହୋଇନଥିବା ବିରୋଧିଙ୍କଠାରୁ ସାଧାରଣ ଲୋକ ପର୍ଯ୍ୟନ୍ତ ଅଭିଯୋଗ କଲେଣି । ବଡ ବଡ ନିର୍ବାଚନ ପ୍ରତିଶ୍ରୁତିରୁ ପ୍ରତାରଣାର ରାସ୍ତା ଦେଇ ସରାକର କେବଳ ପିସି କାରବାରକୁ ସୂଚାରୁ ଭାବେ ସମ୍ପାଦିତ କରିବାରେ ସଫଳ ହୋଇଛନ୍ତି ବୋଲି ସାଧାରଣରୁ ସ୍ୱର ଉଠିଲାଣି ।

Related Posts