ଚିଲିକା ବିଧାୟକଙ୍କର ଗାଡ଼ି ଚଢ଼ାଇଦେବା ଘଟଣାରେ କେନ୍ଦ୍ରଞ୍ଚଳ ଆଇଜିଙ୍କ ପ୍ରେସମିଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇବା ଘଟଣାରେ ପ୍ରେସମିଟ୍ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଏହି ଘଟଣାରେ ପୋଲିସ କର୍ମୀ ଓ ଦୁଇ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପୋଲିସ ଅଧିକାରୀଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ ଗ୍ରହଣ କରାଯିବ । ହତ୍ୟା ଉଦ୍ୟମ ଓ ପୋଲିସ କାର୍ୟ୍ୟରେ ବାଧା ଅଭିଯୋଗ ଏବଂ ଗାଡିକୁ ଅସ୍ତ୍ର ଭାବେ ବ୍ୟବହାର କରିବା ନେଇ ବିଧାୟକଙ୍କ ବିରୋଧରେ ଗୁରୁତର ଦଫା ଲାଗିଛି ।

ଖାଲି ସେତିକି ନୁହେଁ, ପୂର୍ବରୁ ୭ଟି କେସରେ ବିଧାୟକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି ଓ ଡିଏସପି ରାଙ୍କର ଜଣେ ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯାଇଛି ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି । ଅନ୍ୟପଟେ ବାଣପୁର ଏନଏସି ଅଞ୍ଚଳରେ ଲାଗୁ ହୋଇଛି ଧାରା ୧୪୪ । ଖୋର୍ଦ୍ଧା ଉପ-ଜିଲ୍ଲାପାଳ ବାଣପୁର ଏନଏସି ଅଞ୍ଚଳରେ ଏହି କଟକଣା ଲାଗୁ କରିଛନ୍ତି । ତେବେ ଉକ୍ତ ଅଂଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଧାରା ଲାଗୁ ରହିବ ।

Related Posts