୨୯ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

 ଭୁବନେଶ୍ୱର,୧୪/୨(ସତ୍ୟପାଠ ବ୍ୟୁରୋ):   ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିପାରନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବେ । ଦିନ ୧୦ଟା ୧୦ରୁ ୧୦ଟା ୪୦ ମଧ୍ୟରେ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ କିଚକେଶ୍ୱରୀ ମନ୍ଦିର ପ୍ରଶାସନକୁ ରାଷ୍ଟ୍ରପତି ଭବନରୁ ଚିଠି ଆସିଛି । ରାଷ୍ଟ୍ରପତିଙ୍କ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ, ନଭେମ୍ୱର ୨୭ ତାରିଖରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିଥିଲେ । ପାରାଦ୍ୱୀପ ବନ୍ଦର ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଥିଲେ ।

Related Posts