ଅକ୍ଟୋବର ୧୦ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍‌ ଧର୍ମଘଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା ଅକ୍ଟୋବର ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍‌ ଧର୍ମଘଟ ହେବ। ଏହି ସମୟରେ କୌଣସି ଘରୋଇ ଯାତ୍ରୀବାହୀ ବସ୍‌ ଚଳାଚଳ କରିବ ନାହିଁ। ଏନେଇ ଆଜି ପୁଣି ଥରେ ଅଲ ଓଡିଶା ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି।

ଗତ ୨୭ତାରିଖରେ ମଧ୍ୟ ବୈଠକରେ ବନ୍ଦ କରିବାକୁ ନେଇ ନିଷ୍ପତ୍ତି ନେଇଥିଲେ। ହେଲେ ସରକାର ଆଲୋଚନାକୁ ଡାକିଲେ ନାହିଁ କି ଦିଆଯାଇଥିବା ସ୍ମାରକ ପତ୍ର ମୁତାବକ କୌଣସି ଦାବି ସରକାର ମାନିଲେ ନାହିଁ। ତେଣୁ ଦାବି ପୁରଣ ନହେବା ପର୍ଯ୍ୟନ୍ତ ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ ସହ ଘରୋଇ ବସ ବନ୍ଦ ରହିବ ବୋଲି ଅଲ ଓଡିଶା ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଏହି ଧର୍ମଘଟ ଡାକରା ଦେଇଛନ୍ତି।ରାଜ୍ୟ ସରକାର ଏହି ଲକ୍ଷ୍ମୀ ଯୋଜନାରେ ସରକାରୀ ବସ ଜରିଆରେ ପ୍ରତି ପଂଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟରୁ ରାଜଧାନୀ ଭୁବନେଶ୍ୱରକୁ ଯୋଡି଼ବାକୁ ଯାଜନା କରିଛନ୍ତି । ଏହି ଯୋଜନା ଦ୍ୱାରା ଘରୋଇ ବସ ଗୁଡିକ କ୍ଷତି ସହିବ ବୋଲି ବସ ମାଲିକ ସଂଘ କହୁଛି |

Related Posts