5T ଓ ମୋ ସରକାର ଦ୍ୱାରା ସୃଷ୍ଟି ହେଉଛି ଜାତିଭେଦ: ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ଆଜି ସରୁଛି ବିଧାନସଭା ବଜେଟ ଅଧିବେଶନ । ଶେଷ ଦିନରେ ଜଳସମ୍ପଦ ଓ ପର୍ଯ୍ୟଟନ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନକାଳରେ ଆଲୋଚନା ହୋଇଛି । ତେବେ ଏହି ସମୟରେ 5T ଓ ମୋ ସରକାରକୁ ନିଶାନା କରିଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ବିଭାଗରେ 5T ପ୍ରବେଶ ଦ୍ୱାରା ଜାତିଭେଦ ସୃଷ୍ଟି ହେଉଥିବା କହିଛନ୍ତି ସୌମ୍ୟ । ଜଳ ନୀତିର ଅର୍ଥ ପିଇବାକୁ ପାଣି, କୃଷି ପାଇଁ ଦେବା ଓ ତା ପରେ ପର୍ଯ୍ୟଟନ । ଏବେ ନଦୀ ମାଫିଆ ଶୁଖି ଯାଉଥିବା ନଦୀକୁ ଅପହରଣ କରି ନେଉଛନ୍ତି । ସରକାରଙ୍କୁ କଟାକ୍ଷ କରି ବିଧାୟକ ସୌମ୍ୟ ପଟ୍ଟନାୟକ କହିଛନ୍ତି ଶିଳ୍ପ ପାଇଁ ପାଣି ଦେବାକୁ ବ୍ୟାକୁଳ କିନ୍ତୁ ପିଇବାକୁ ପାଣି ନାହିଁ । ସରକାର ଜଳ ନୀତି ଆଣିଛନ୍ତି, ମାତ୍ର ସେ ଜଳ ନୀତିର ମାନେ କଣ ? ନଦୀ ଜଳ ପରିଚଳନା ନେଇ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ବେଳେ ମନ୍ତ୍ରୀଙ୍କ ଉତ୍ତର ଶୁଣି ଏହା କହିଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଥିଲେ ।

5Tକୁ ସୌମ୍ୟରଞ୍ଜନଙ୍କ ତେରଚ୍ଛା ବାଣସେ ଆହୁରି କହିଛନ୍ତି ମନ୍ତ୍ରୀଙ୍କର ଉତ୍ତର ଶୁଣିବାକୁ ବହୁତ ଭଲ ଲାଗୁଛି । ଅନେକ ଗୁଡିଏ ନୂଆ ନୂଆ କଥା ଜାଣିବାକୁ ପାଉଛୁ । ଜଳ ସାକ୍ଷରତା, ନିରନ୍ତର ଜଳ ପରିଚାଳନା,ଏବଂ ଜଳକୁ କିପରି ସୁରକ୍ଷିତ ରଖାଯିବ, ୟୁଥ ଫର ୱାଟର ଏବଂ ସର୍ଵ ଶେଷରେ ମୋ ନଦୀ ଅଭିଯାନ । ଏ ସବୁ କଥା ଗୁଡିକ ଆମ କାନକୁ ଭଲ ଶୁଭୁଛି । ସବୁ କଥାରେ ମୋ ଶବ୍ଦର ବ୍ୟବହାର କରିବାର ପ୍ରବଣତା ଆମର ଟିକିଏ ଅଧିକ ହୋଇଥିବା ମନେ ହେଉଛି ବୋଲି କହିଛନ୍ତି ବିଧାୟକ ସୌମ୍ୟ ।ଆମେ ଚିନ୍ତା କରିବା ଦରକାର ଯେଉଁଥିରେ ଆମେ ମୋ ଲଗାଉଛୁ ସେଥିରେ ଆମେ ନିଜକୁ ସମ୍ପୂକ୍ତ କରୁଛୁ କିନ୍ତୁ ସେଇ ଅନୁପାତରେ ଆମେ ସେଥିରେ ବିକାଶ କରୁଛେ କି ନାହିଁ ସେ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ । ମୋ ନଦୀ ଅଭିଯାନକୁ 5-T ର ଅଭିଯାନ ବୋଲି ଧରାଯାଉଛି । ରାଜନୀତି ବିଜ୍ଞାନର ଛାତ୍ର ଭାବେ ମୁଁ ବୁଝି ପାରୁନି ଯେବେ ଗୋଟିଏ ବିଭାଗରେ 5-T ପ୍ରବେଶ କରୁଛି ସେ ବିଭାଗରେ ଜାତି ଭେଦ ସୃଷ୍ଟି ହେଉଛି କି ? ଯେଉଁ ବିଷୟ ଗୁଡିକ 5-T ମାଧ୍ୟମରେ କରାଯାଉଛି ଯେଉଁ ବିଷୟ ଗୁଡିକୁ ପରମ୍ପରା ଭାବେ କରାଯାଉ ଥିଲା ସେଗୁଡିକୁ ଟିକିଏ କମ ପ୍ରାଧାନ୍ୟ ଦିଆଯାଉଛି କି ବୋଲି ପ୍ରଶ୍ନ ଉଠାଇଛନ୍ତି ସୌମ୍ୟରଞ୍ଜନ |

Related Posts