ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ଫ୍ୟାମିଲିକୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କଲେ ଅନୁଭବ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ହାଇକୋର୍ଟରେ ପହଞ୍ଚିଛି ସେଲିବ୍ରେଟି ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ । ଫ୍ୟାମିଲି କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଅପିଲ କରିଛନ୍ତି ଅନୁଭବ ମହାନ୍ତି । ପୂର୍ବରୁ ଫ୍ୟାମିଲି କୋର୍ଟ ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ । ଯାହାକୁ ନେଇ ପୁଣି ଥରେ ହାଇକୋର୍ଟ ଯାଇଛନ୍ତି ଅନୁଭବ ।ତେବେ କେନ୍ଦ୍ରାପଡା ସାଂସଦଙ୍କ ଆବେଦନର ବିଚାର ହାଇକୋର୍ଟ କରିବେ ନା ନାହିଁ ଆଜି ଜଣାପଡିବ ବୋଲି ସୂଚନା ମିଳିଛି ।

ସେପଟେ ଫ୍ୟାମିଲ କୋର୍ଟ ଅନୁଭବଙ୍କ ଆବେଦନକୁ ଖାରଜ କରିବା ପରେ ସୋସିଆଲ ମିଡିଆରେ ପୁଣି ଭିଡିଓ ଛାଡି ଛାଡପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଅନୁରୋଧ କରିଥିଲେ । ଗତ ୧୦ତାରିଖରେ ଏକ ନୂଆ ଭିଡିଓ ଛାଡି ଅନୁଭବ କହିଥିଲେ ବାପାଙ୍କ ଦେହ ବହୁତ ଅସୁସ୍ଥ ଅଛି, ଯାହା ପାଇଁ ରାତିରେ କେହି ଶୋଇପାରୁନାହାଁନ୍ତି । ତେଣୁ ତାଙ୍କ ପରିବାରର କାହା ଜୀବନ ସହ ଖେଳନ୍ତୁ ନାହିଁ ବୋଲି କହିଥିଲେ । ପୂର୍ବରୁ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିବା ପାଇଁ ବର୍ଷାଙ୍କ ପାଇଁ ଟ୍ୱିଟ କରିଥିଲେ ଅନୁଭବ ।

Related Posts