ରାଜେନ୍ଦ୍ର ଶର୍ମା ଲୋକାୟୁକ୍ତ ସଦସ୍ୟ ନିଯୁକ୍ତ

ସତ୍ୟପାଠ ବ୍ୟୁରୋ : ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା । ରାଜଭବନ ପକ୍ଷରୁ ଏହି ସୂଚନା ଜାରୀ କରାଯାଇଛି । ରାଜ୍ୟ ସରକାର ତାଙ୍କ ନାଁ ସୁପାରିଶ କରିଥିବା ବେଳେ ଆଜି ରାଜଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମାର୍ଚ୍ଚ ମାସରେ ଲୋକାୟୁକ୍ତ କମିଟି ସଦସ୍ୟ ଚୟନ ପାଇଁ ବୈଠକ ହୋଇଥିଲା । ଏଥିରେ ଆରପି ଶର୍ମାଙ୍କ ନାଁ ସୁପାରିଶ କରାଯାଇଥିଲା ।

ଡିଜିପି ଭାବେ କାର୍ଯ୍ୟ କରୁଥିଲେ ଆଇପିଏସ ଆରପି ଶର୍ମା । ୩୧ ଅଗଷ୍ଟ ୨୦୧୭ରେ ସେ କନୱର ବ୍ରଜେଶ ସିଂଙ୍କ ଠାରୁ ଦାୟିତ୍ୱ ନେଇଥିଲେ । ଏବେ ନୂଆ ଡିଜିପି କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଆଇପିଏସ ସୁନୀଲ ରୟ ଡିଜିପି ଇନଚାର୍ଜ ଭାବେ ଦାୟିତ୍ୱ ନେଇ ପାରନ୍ତି ।

 

Related Posts