ରାଜୁ ଶ୍ରୀବାସ୍ତବଙ୍କର ହୋଇଥିଲା କାର୍ଡିଆକ ଆରେଷ୍ଟ: ଜାଣନ୍ତୁ ଏହାର ଲକ୍ଷଣ

ନୂଆଦିଲ୍ଲୀ : କମେଡିଆନ ରାଜୁ ଶ୍ରୀବାସ୍ତବଙ୍କର ପରଲୋକ ଘଟିଛି ।ଗତ ପ୍ରାୟ ୧ ମାସରୁ ଊର୍ଦ୍ଧ୍ୱକାଳ ହେଲା ସେ ଦିଲ୍ଲୀ ଏମସ୍‌ରେ ଚିକିତ୍ସାଧୀନ ଥିବା ବେଳେ, ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିଲା। ତେବେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଗତମାସରେ ଅଚାନକ ରାଜୁ ଶ୍ରୀବାସ୍ତବ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଏମସ୍‌ରେ ଭର୍ତ୍ତି କରାଯାଇଥିଲା।

ଡାକ୍ତରଙ୍କ ଅନୁସାରେ ରାଜୁ ଶ୍ରୀବାସ୍ତବ ଏକ୍ସରସାଇଜ କରୁଥିବା ବେଳେ ତାଙ୍କର କାର୍ଡିଆକ ଆରେଷ୍ଟ ହୋଇଥିଲା। ଆଜିର ସମୟରେ ଅଳ୍ପ ବୟସ୍କ ଲୋକଙ୍କ ଠାରେ ମଧ୍ୟ କାର୍ଡିଆକ ଆରେଷ୍ଟର ବିପଦ ବଢି ଯାଇଛି। କାର୍ଡିଆକ ଆରେଷ୍ଟକୁ ସାଧାରଣ ଭାବି ଅନେକ ସମୟରେ ଲୋକେ ଅଣଦେଖା କରିଦେଇଥାନ୍ତି. ଯାହା ପରେ ବିପଦଜନକ ସାବ୍ୟସ୍ତ ହୋଇଥାଏ। ତେବେ କାର୍ଡିଆକ ଆରେଷ୍ଟ କ’ଣ ? ଏହାର ଲକ୍ଷଣ ସବୁ କଣ କଣ ତାହା ଜାଣିବା ଜରୁରୀ ।

କ୍ଲେଭଲ୍ୟାଣ୍ଡ କ୍ଲିନିକ ଅନୁସାରେ କାର୍ଡିଆକ ଆରେଷ୍ଟ ଏକ ପ୍ରାଣଘାତକ ସ୍ଥିତି ହୋଇଥାଏ ଯେଉଁଥିରେ ଲୋକଙ୍କ ହୃଦୟ ଅଚାନକ କାମ କରିବା ବନ୍ଦ କରିଦେଇଥାଏ। ଯଦି ହାର୍ଟ କାମ କରିବା ବନ୍ଦ କରିଦିଏ ତେବେ ରକ୍ତ ପମ୍ପ ହୋଇପାରିନଥାଏ। ଯାହାର ପ୍ରଭାବ କିଛି ସମୟ ପରେ ସାରା ଶରୀରରେ ଅନୁଭୂତ ହୋଇଥାଏ। ଜରୁରୀକାଳୀନ ପରିସ୍ଥିତିରେ କାର୍ଡିୟୋପଲ୍ମନେରୀ ରିସସିଟେସନ (ସିପିଆର) ଡିଫିବ୍ରିଲେସନ କାର୍ଡିଆକ ଆରେଷ୍ଟରେ କିଛି ପରିମାଣରେ ସହାୟତା କରିପାରେ। ଯଦି ଉପଯୁକ୍ତ ସମୟରେ ସିପିଆର ଓ ଡିଫାଇବ୍ରିଲେଟର ମିଳିଯାଏ କାର୍ଡିଆକ ଆରେଷ୍ଟରେ ଜୀବନ ବଞ୍ଚାଯାଇପାରେ।

କାର୍ଡିଆକ ଆରେଷ୍ଟର ଲକ୍ଷଣ
କ୍ଲେଭଲ୍ୟାଣ୍ଡ କ୍ଲିନିକ ଅନୁସାରେ କାର୍ଡିଆକ ଆରେଷ୍ଟର ଲକ୍ଷଣ ପୂର୍ବରୁ ଜଣାପଡେ ନାହିଁ। ତଥାପି ଏଠାରେ ଦିଆଯାଇଥିବା ଲକ୍ଷଣ କାର୍ଡିଆକ ଆରେଷ୍ଟର ସଂକେତ ହୋଇପାରେ। ଯଦି କାହାରିଠାରେ ଏପରି ଲକ୍ଷଣ ଦେଖା ଯାଏ ତେବେ ତୁରନ୍ତ ସିପିଆର ଅଥବା ଡିଫାଇବ୍ରିଲେଟର ଦେଇପାରନ୍ତି ଓ ତୁରନ୍ତ ମେଡିକାଲ ସହାୟତା ଲାଗି ପଠାଇପାରିବେ। ଏଥିରେ ପ୍ରଥମ ଲକ୍ଷଣ ହେଉଛି ବେହୋସ ହୋଇଯିବା, ହୃଦଗତି ତୀବ୍ର ହେବା, ଛାତିରେ ଯନ୍ତ୍ରଣା ହେବା, ମୁଣ୍ଡ ବୁଲାଇବା, ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବା, ବାନ୍ତି ହେବା ବା ପେଟ ଓ ଛାତିରେ ଏକ ସଙ୍ଗରେ ଯନ୍ତ୍ରଣା ହେବା। ଏପରି ଲକ୍ଷଣ ଅନୁଭବ କଲେ ତୁରନ୍ତ ଚିକିତ୍ସକୀୟ ସହାୟତା ନିଆଯାଇପାରେ।

ଅଚାନକ କାର୍ଡିଆକ ଆରେଷ୍ଟରେ ହୃଦୟ କାମ କରିବା ବନ୍ଦ କରିଦେଇଥାଏ। ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟ ହୋଇଥାଏ ଓ ଲୋକ ବେହୋସ ହୋଇଯାଇଥାଏ। ହୃଦୟର ଇଲେକ୍ଟ୍ରିକାଲ ସିଷ୍ଟମରେ ଗଡବଡ ଦେଖା ଦେବା ଯୋଗୁ ଏପରି ପରିସ୍ଥିତି ଉପୁଜିଥାଏ। ଫଳରେ ହୃଦୟର ପମ୍ପିଂ କ୍ରିୟା ବନ୍ଦ ହେବା ଯୋଗୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ। ତେବେ ହାର୍ଟଆଟାକ୍ ଓ କାର୍ଡିଆକ ଆରେଷ୍ଟ ଅଲଗା ଅଲଗା। ହାର୍ଟ ଆଟାକ୍‌ରେ ହୃଦୟର ଏକ ଅଂଶକୁ ରକ୍ତ ପହଞ୍ଚିବା ବନ୍ଦ ହୋଇଯାଇଥାଏ। ତେବେ କାର୍ଡିଆକ ଆରେଷ୍ଟରେ ହୃଦୟ ଅଚାନକ କାମ କରିବା ବନ୍ଦ କରିଦିଏ।

କେବେ କେବେ ହୃଦଘାତ (ହାର୍ଟ ଆଟାକ୍) ମଧ୍ୟ ଇଲେକ୍ଟ୍ରିକାଲ ସିଷ୍ଟମ ଗଡବଡକୁ ଟ୍ରିଗର କରିପାରେ। ଫଳରେ ଅଚାନକ କାର୍ଡିଆକ ଆରେଷ୍ଟ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁମାନଙ୍କ ଲାଗି ରହିଛି ହୃଦଘାତର ବିପଦ। ବତ୍ରା ହାର୍ଟ ସେଣ୍ଟରର ଚେୟାରମ୍ୟାନ ଡା.ଉପେନ୍ଦ୍ର କଲଙ୍କ ଅନୁସାରେ ଏଭଳି ଘଟଣା ଆଜିକାଲି ୩୫ରୁ ୪୦ ବର୍ଷ ବୟସ୍କଙ୍କ ଠାରେ ମଧ୍ୟ ଦେଖିବାକୁ ମିଳିଲାଣି। ତେବେ ଏଠାରେ ଦିଆଯାଇଥିବା କାରକ ହାର୍ଟଆଟାକର କାରଣ ବି ହୋଇପାରେ। ଧୂମ୍ରପାନ, ଖରାପ କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ, ମଧୂମେହ, ମାନସିକ ଓ ସାମାଜିକ ଉତ୍ତେଜନା, ୱାର୍କଆଉଟ୍ ନ କରିବା, ଅଧିକ ମୋଟା ହେବା, କମ ଫଳ ଓ ପନିପରିବା ଖାଇବା ଓ ମଦ୍ୟପାନ କାର୍ଡିୟକ ଆରେଷ୍ଟର କାରଣ ହୋଇପାରେ

Related Posts