ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସାମରେ ରେକର୍ଡ ଭୋଟିଂ । ୮୯.୦୮ ପ୍ରତିଶତ ଆସାମରେ। କେରଳରେ ୭୭.୩୮% ଏବଂ ପୁଡୁଚେରୀରେ ୮୯.୦୮% ମତଦାନ। ଏସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମେ ୪ରେ ଫଳାଫଳ ବାହାରିବ। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ୧୨୬ ବିଧାନସଭା ବିଶିଷ୍ଟ ଆସାମରେ ୮୫.୦୪ ପ୍ରତିଶତ ମତଦାନ ହୋଇଛି। ଏଥର ଭୋଟିଂ ୨୦୨୧ ନିର୍ବାଚନର ଭୋଟିଂ ପ୍ରତିଶତର ରେକର୍ଡ ଭାଙ୍ଗିଛି। ଗତ ନିର୍ବାଚନରେ ୮୨.୦୪ ପ୍ରତିଶତ ଭୋଟିଂ ହୋଇଥିଲା। ସେପଟେ କେରଳରେ ସମସ୍ତ ୧୪୦ ବିଧାନସଭା ଆସନ ପାଇଁ ମତଦାନ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ଭୋଟରମାନେ ଏବେ ବି ଅନେକ ମତଦାନ କେନ୍ଦ୍ରରେ ଧାଡ଼ିରେ ଠିଆ ହୋଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ମତଦାନ କେନ୍ଦ୍ରରେ ଉପସ୍ଥିତ ଥିବା ଲୋକଙ୍କୁ ଟୋକନ୍ ପ୍ରଦାନ କରାଯାଇଥିଲା ଏବଂ ସେମାନଙ୍କୁ ଭୋଟ୍ ଦେବାକୁ ଅନୁମତି ଦିଆଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୭୭.୩୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଏହା ୨୦୨୧ ବିଧାନସଭା ନିର୍ବାଚନରେ ୭୪.୦୬ ପ୍ରତିଶତ ମତଦାନ ତୁଳନାରେ ଟିକିଏ ଅଧିକ ରହିଚି। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ୩୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ଯେଉଁ ଭୋଟରମାନେ ସମୟସୀମା ପୂର୍ବରୁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ସେମାନଙ୍କୁ ଧାଡ଼ିରେ ଅପେକ୍ଷା କରି ଭୋଟ ଦେବାକୁ ଅନୁମତି ଦିଆଯାଇଥିଲା। ଏଠାରେ ଭୋଟର ବେଶ ଉତ୍ସାହର ସହ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଭୋଟିଂ ୮୯ ପ୍ରତିଶତ ଅତିକ୍ରମ କରିଛି।