ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): RI ପରୀକ୍ଷା ଆରମ୍ଭରୁ ସର୍ଭର ଡାଉନ୍ । ସେଣ୍ଟର ବାହାରେ ଆଶାୟୀଙ୍କ ହଙ୍ଗାମା । ରାଜ୍ୟରେ ୮୫ରୁ ଅଧିକ ସ୍ଥାନରେ ଆରଆଇ ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି । ପ୍ରଥମ ସିଟିଂ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ସମସ୍ୟା ଉପୁଜିଥିଲା ।ଫଳରେ ସମୟ ହୋଇଯାଇଥିଲେ ମଧ୍ୟ ପରୀକ୍ଷାର୍ଥୀମାନେ ସେଣ୍ଟର ବାହାରେ ରୁଣ୍ଡ ହୋଇଥିଲେ । ପରୀକ୍ଷା ସମସ୍ୟା ନେଇ ପାଟିତୁଣ୍ଡ କରିଥିଲେ ।
କଟକ ଜଗତପୁର ସ୍ଥିତ ଜଗନ୍ନାଥ ଇନ୍ଷ୍ଟିଚ୍ୟୁଟ୍ ବାହାରେ ଅନେକ ପରୀକ୍ଷାର୍ଥୀ ରୁଣ୍ଡ ହୋଇଥିବା ଚିତ୍ର ସାମ୍ନାକୁ ଆସିଛି । ତେବେ ଓଏସ୍ଏସ୍ଏସ୍ସି ଅଧ୍ୟକ୍ଷ ଲଳିତ ଦାସ ସର୍ଭର ସମସ୍ୟା ହୋଇଥିବା ସ୍ଵୀକାର କରିଛନ୍ତି । ପରେ ସର୍ଭର ସମସ୍ୟା ଦୂର ହେବା ପରେ ପରୀକ୍ଷା କେନ୍ଦ୍ରକୁ ପିଲା ଯାଇଥିବା ସୂଚନା ମିଳିଛି ।





