ଲଗାତାର ଭାବେ ବଢିଚାଲିଛି ଋଷ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ | ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ଅଂଚଳକୁ ନିଜ ଅଧୀନକୁ ନେବାରେ ଲାଗିଛି ରୁଷ | ଏଥିସହ ଵିଧ୍ଵଂସ ମଧ ଜାରି ରଖିଛି ରୁଷ | ଚାରିଆଡେ ଗୁଳି ବର୍ଷା ସହ ଚାଲିଛି ବୋମା ମାଡ଼ | ଆଜି ଚତୁର୍ଥ ଦିନରେ ୟୁକ୍ରେନର ଖାରକୀବ ଇଲାକରେ ଥିବା ସବୁଠୁ ଦୀର୍ଘ ଗ୍ୟାସ ପାଇପଲାଇନକୁ ଧ୍ୱଂସ କରିଛନ୍ତି ଋଷ ସେନା । ଫଳରେ ଧୁଧୁ ହୋଇ ଜଳୁଛି ସାରା ଇଲକା । ଏହାର ନିଆଁ ଦୀର୍ଘ ସ୍ଥାନକୁ ମଧ୍ୟ ଦୃଶ୍ୟମାନ ହେଉଛି । ଏହାସହ ରାଜଧାନୀ କିବ୍ ଠାରୁ ୪ କିମି ଦୂରରୁ ଜାରି ରହିଛି ମିସାଇଲ ଓ ରକେଟ୍ ମାଡ ।
ତମାମ ପ୍ରତିବନ୍ଧକ ସତ୍ତେ୍ୱ ଋଷ ନିଜ ଜିଦରେ ଅଟଳ । ବିସ୍ଫୋରଣ ଓ ଗୁଳି ବର୍ଷାଇବା ସହ ପରିମାଣୁ ବୋମା ପରି ଶକ୍ତିଶଳୀ ବୋମା ବର୍ଷଣ କରିବାକୁ ବାରମ୍ବାର ଧମକାଉଛି ଋଷ । ତଥାପି ପଛକୁ ହଟିନି ୟୁକ୍ରେନ୍ ସେନା । ଆଜି ଚତୁର୍ଥ ଦିନରେ ମଧ୍ୟ ମିସାଇଲ ଓ ରକେଟ ମାଡ ଜାରି ରଖିଛି ଋଷ ।

ମେଲିଟୋପଲ ସହରକୁ ରୁଷ୍‌ ଦଖଲ କରିବା ପରେ ଏହା ସହିତ ୟୁକ୍ରେନ୍‌ର ସମସ୍ତ ସାମରିକ ଯୋଗାଯୋଗ୍ୟ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି। ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଗତରାତିରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଆମେ ଅସ୍ତ୍ର ତ୍ୟାଗ କରିବୁନି। ଆମେ ଦେଶକୁ ସୁରକ୍ଷା ଦେବୁ |

ସେପଟେ ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଜାରି ଥିବା ଯୁଦ୍ଧ କାରଣରୁ ନିରୀହ ଜନତାଙ୍କୁ କଷ୍ଟ ଭୋଗିବାକୁ ପଡୁଛି । ୟୁକ୍ରେନ୍‌ର ମାରିୟୁପୋଲ ନିକଟରେ ରୁଷୀୟ ବୋମାମାଡ଼ରେ ଗ୍ରୀସର ୧୦ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି । ୬ ଜଣ ଲୋକ ଆହତ ହୋଇଛନ୍ତି । ଗ୍ରୀସ ଏବାବଦରେ ରୁଷୀୟ ରାଜଦୂତଙ୍କୁ ସୂଚନା ଦେଇଛନ୍ତି । ଗ୍ରୀସର ପ୍ରଧାନମନ୍ତ୍ରୀ କ୍ୱାରିକୋସ ମିତ୍ସୋଟାକିସ ଟୁଇଟ କରି କହିଛନ୍ତି ଯେ, ବିନା ଦୋଷରେ ଆମର ୧୦ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଗ୍ରୀସର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବୋମମାଡ଼ ସରତାନା ଓ ବୁଗାସ ଗାଁର ବାହାର ଅଞ୍ଚଳରେ ହୋଇଛି । ଏଥିରେ ଏକ ଶିଶୁ ମଧ୍ୟ ଆହତ ହୋଇଛି ।

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ହିଂସାର ମାତ୍ରା ବଢ଼ିବାରେ ଲାଗିଛି । କାରଣ ବେଲାରୁସ ପକ୍ଷରୁ ରୁଷିଆକୁ ନିଜର ଏଠାରେ ପରମାଣୁ ଅସ୍ତ୍ର ମୁତୟନ କରିବାକୁ ସ୍ୱୀକୃତି ଦିଆଯାଇଛି । ଫ୍ରାନ୍ସର ରାଷ୍ଟ୍ରପତି ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏଥି ସହିତ ସେ କହିଛନ୍ତି ଯେ, ଏହି ଲଢ଼େଇରେ ସେ ରୁଷିଆକୁ ସମର୍ଥନ ଜଣାଇବେ ନାହିଁ । ଅନ୍ୟପଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆଗାମୀ ବିଶ୍ୱଯୁଦ୍ଧ ହୋଇପାରେ । କାରଣ ୟୁକ୍ରେନ୍ ଉପରେ ରୁଷିଆ ଲଗାତାର ଆକ୍ରମଣ କରୁଛି ।