ସ୍ୱାତକତ୍ତୋର କରନ୍ତୁ ନହେଲେ ପିଏଚଡି କରନ୍ତୁ; ତାଜମହଲ କୋଠରୀ ଖୋଲିବାକୁ ଚାହୁଁଥିବା ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ପରାମର୍ଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବା ନେଇ ଆହ୍ଲାବାଦ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା । ଏହା ମଧ୍ୟରେ ଆଜି ଏହି ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଜନସ୍ୱାର୍ଥ ମାମଲା ବ୍ୟବସ୍ଥାର ଅପବ୍ୟବହାର ନକରିବାକୁ କହିଛନ୍ତି । ଏହା ସହ କୋର୍ଟ ଏହାର ଶୁଣାଣି ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏଠରେ ହିନ୍ଦୁ ଦେବୀଦେବକାଙ୍କର ମୂର୍ତ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ତାଜମହଲର ୨୨ଟି ତାଲା ପଡ଼ିଥିବା କୋଠରୀକୁ ଯାଞ୍ଚ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ଆବେଦନ କରାଯାଇଛି । ଏକ ଅନୁସନ୍ଧାନ କମିଟି ଗଠନ ଏବଂ ଏଏସଆଇ ଦ୍ୱାରା ଏହାର ଯାଞ୍ଚ କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି । ଆବେଦନର କୁୁହାଯାଇଛି ଯେ ହିନ୍ଦୁ ଦେବୀଦେବତା ମୂର୍ତ୍ତିଗୁଡ଼ିକୁ ବନ୍ଦ କୋଠରୀରେ ରଖାଯାଇଛି । ତାଜମହଲର ୨୨ଟି ବନ୍ଦ କୋଠରିରେ ଥିବା ସତ୍ୟାସତ୍ୟ ଜାଣିବାକୁ ଦାବି କରି ଗତ ସପ୍ତାହରେ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠରେ ‘ବିଜେପି’ ଅଯୋଧ୍ୟ ୟୁନିଟ୍ର ଗଣମାଧ୍ୟମ ଦାୟିତ୍ବରେ ଥିବା ରଜନୀଶ ସିଂହ ‘ରିଟ୍ ପିଟିସନ୍’ ଦାଏର କରିଥିଲେ। ସିଂହ କହିଛନ୍ତି ଯେ, ତାଜମହଲକୁ ମନ୍ଦିର କରିବା ଲାଗି ଦାବି କରାଯାଉନାହିଁ। ସାମାଜିକ ସହାବସ୍ଥାନ ଦୃଷ୍ଟିରୁ ସତ କଥା ପ୍ରକାଶ କରାଯାଉ।

ବିବାଦର ଅବସାନ ଘଟାଇବାକୁ ଏକ ମାତ୍ର ଉପାୟ ହେଉଛି ରୁଦ୍ଧ କୋଠରି ସବୁ ଖୋଲି ପରୀକ୍ଷା କରିବା। କାହିଁକି ଆବେଦନ କରିଛ ବୋଲି ବିଚାରପତି ଡି.କେ. ଉପାଧ୍ୟାୟ ଏବଂ ସୁଭାଷ ବିଦ୍ୟାରଥୀ ଆବେଦନକାରୀଙ୍କୁ ପଚାରିଥିଲେ। ଆମେ କି ରାୟ ଦେବୁ ବୋଲି ଆପଣ ଚାହୁଁଛନ୍ତି? ତାଜ୍ମହଲ କିଏ ନିର୍ମାଣ କରିଛନ୍ତି? ଆପଣ ଐତିହାସିକ କାରଣ ଆଡ଼କୁ ଯାଆନ୍ତୁ ନାହିଁ। ଅଦାଲତ ‘ମାଣ୍ଡାମସ୍ ରିଟ୍’ ଜାରି କରନ୍ତୁ ବୋଲି ଆବେଦନକାରୀ ଚାହୁଁଥିବା କଥା ଜାଣିବା ପରେ ଖଣ୍ଡପୀଠ କହିଲେ ଯେ, ଅଧିକାର କ୍ଷୁଣ୍ଣ ହେବା କ୍ଷେତ୍ରରେ କେବଳ ଅଦାଲତ ଏହା ଜାରି କରିପାରିବେ। ଆପଣଙ୍କର କି ଅଧିକାର କ୍ଷୁଣ୍ଣ ହୋଇଛି? ନିରାପତ୍ତା କାରଣରୁ କାହିଁକି ତାଜ୍ମହଲର ଅନେକ କୋଠରି ବନ୍ଦ ରହିଛି ତାହା ଦେଶର ନାଗରିକମାନେ ଜାଣିବା ଉଚିତ ବୋଲି ଆବେଦନକାରୀ କହିଥିଲେ। ପ୍ରତ୍ୟୁତ୍ତରରେ ଖଣ୍ଡପୀଠ କହିଲେ, ସୂଚନା ପାଇଁ ପଚାରିବାକୁ ଆପଣ କିଏ? ନିରାପତ୍ତା ଦୃଷ୍ଟିରୁ କୋଠରି ସବୁ ବନ୍ଦ କରାଯାଇଥିବା କଥା ଆପଣଙ୍କର ହୃଦ୍ବୋଧ ହେଉ ନ ଥିଲେ, ତାହାକୁ ଚାଲେଞ୍ଜ୍ କରିବା ଲାଗି ବିହିତ ପ୍ରତିକାର କରନ୍ତୁ। ପ୍ରଥମେ କିଛି ଗବେଷଣା କରନ୍ତୁ। ସ୍ନାତକତ୍ତୋର କରନ୍ତୁ, ପିଏଚ୍ଡି କରନ୍ତୁ। ଜନସ୍ବାର୍ଥ ମାମଲା ବ୍ୟବସ୍ଥା ପ୍ରତି ବିଦ୍ରୂପ କରନ୍ତୁ ନାହିଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts