ଘଣ୍ଟ, ଶଙ୍ଖ, ମୃଦଙ୍ଗ ତାଳରେ ମୁଖରିତ ଶରଧାବାଲି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଘଣ୍ଟ, ଶଙ୍ଖ, ମୃଦଙ୍ଗ ତାଳରେ ମୁଖରିତ ଶରଧାବାଲି ।ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେଉଥିବାରୁ ପ୍ରବଳ ଗହଳି । ରଥରେ ବିରାଜିତ ହୋଇଛନ୍ତି ଚତୁର୍ଦ୍ଧାମୂରତୀ । ମହାପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ବିଜେ ଶେଷ ହୋଇଛି । ବଡ଼ ଟାହିଆ ବାନ୍ଧି ଝୁଲି ଝଲି ବିଜେ କରିଛନ୍ତି କାଳିଆ ସାଆନ୍ତ । ହରିବୋଲ, ଖଙ୍ଖ ଓ ଘଣ୍ଟ ଧ୍ୱନିରେ ମୁଖରିତ ହୋଇଉଠିଛି ଶ୍ରୀକ୍ଷେତ୍ର । ତେବେ କଡ଼ା କଟକଣା ଭିତରେ ପ୍ରଥମେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ।

ଏହି ଅବସରରେ ଆରମ୍ଭ ହୋଇଥିଲା ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କୁ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ଆରମ୍ଭ କରିଥିଲେ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଏହାପରେ ବଡ଼ଠାକୁର ବଳଭଦ୍ରଙ୍କର ପହଣ୍ଡି ବିଜେ ନୀତି ସରିଛି ।ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧା ମୂରତି। ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ ତିନିଠାକୁର ।ସେପଟେ କାଳିଆଙ୍କୁ ଦର୍ଶନ କରିବା ପାଇଁ ବିଶ୍ୱବାସୀ ଅପେକ୍ଷାରେ ଅଛନ୍ତି । 

Related Posts