ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏସ.ଆଇ ପରୀକ୍ଷା ଦୁର୍ନୀତି ମାମଲାର ଚର୍ଚ୍ଚା ଥମି ନଥିଲା ବେଳେ ମୂଖ୍ୟମନ୍ତ୍ରୀ ବଡ ଘଷାନ କରିଛନ୍ତି । ତେବେ ରାଜ୍ୟର ବହୁଚର୍ଚ୍ଚିତ ପୁଲିସ ସବ୍-ଇନସପେକ୍ଟର ନିଯୁକ୍ତି ପରୀକ୍ଷା ମାମଲାର ତଦନ୍ତ କରିବ ସିବିଆଇ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏହାକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏହି ମହାଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଲମ୍ବିଛି ।
ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଥାଇପାରେ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡିଛି । ଦୁର୍ନୀତିରେ ଆନ୍ତଃ ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଏସ.ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆଜି ସୁଦ୍ଧା ୧୨୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୧୨ ଜଣ ଦଲାଲଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ।





