SI ପରୀକ୍ଷା ମାମଲା; ଅଭିଯୁକ୍ତ ଶଙ୍କର ପୃଷ୍ଟିର ହେବ ମିଛଧରା ପରୀକ୍ଷା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): SI ପରୀକ୍ଷା ମାମଲାକୁ ନେଇ ଚର୍ଚ୍ଚା ଥମିବାରେ ନାଁ ନେଉନଥିବାବେଳେ ଆଉ ଗୋଟେ ଖବର ସାମ୍ନାକୁ ଆସିଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଏବେ ମିଛ ଧରା ପରୀକ୍ଷା କରାଯିବ । କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିସହ, ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକଙ୍କର ମଧ୍ୟ ଲାଏ ଡିଟେକ୍ସନ୍‌ ଟେଷ୍ଟ କରାଯିବା ନେଇ ସୂଚନା ମିଳିଛି ।

କ୍ରାଇମ୍‌ବ୍ରାଞ୍ଚ ଅଧିକାରୀମାନେ ଅଭିଯୁକ୍ତମାନଙ୍କୁ ଜେରା କରୁଥିବାବେଳେ ସେମାନେ ସନ୍ତୋଷଜନକ ଉତ୍ତର ଦେଉନଥିବା ଜଣାପଡ଼ିଛି । ତେଣୁ ଏହି ପରୀକ୍ଷା ଦ୍ୱାରା ଅଧିକ ତଥ୍ୟ ହାସଲ କରିବାକୁ କ୍ରାଇମ୍‌ବ୍ରାଞ୍ଚ ଲକ୍ଷ୍ୟ ରଖିଛି ।

Related Posts