ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ସିସୋର ଚିଟ୍ଫଣ୍ଡ ଠକେଇ ମାମଲାର ୯ ବର୍ଷ ପରେ ସିବିଆଇ କଲା ଚାର୍ଜଫ୍ରେମ୍ । କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଛି । ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱଳାଙ୍କ ନାଁରେ ମଧ୍ୟ ଚାର୍ଜଫ୍ରେମ୍ ହୋଇଛି ।
ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ହୋଇଛି ଚାର୍ଜଫ୍ରେମ୍। ଦଫା ୪୨୦, ୧୨୦ ବି’, ୪୦୯, ୪୬୭, ୪୬୮ ଏବଂ ୪୭୧ ଆଧାରରେ ସିବିଆଇ ଚାର୍ଜଫ୍ରେମ୍ କରିଥିବା ସୂଚନା ମିଳିଛି ।





