ବିଦ୍ୟୁତ ସଙ୍କଟର କାରଣ କହିବା ପରିବର୍ତ୍ତେ ଏହାର ସମାଧାନ କର: ଅଖିଳେଶ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ଅନେକ ରାଜ୍ୟରେ କୋଇଲାର ଘୋର ସଙ୍କଟ ଦେଖାଦେବାରେ ଲାଗିଛି । ଯାହାଫଳରେ ଅନେକ ରାଜ୍ୟମାନଙ୍କରେ ବିଦ୍ୟୁତ ସଙ୍କଟ ଦେଖାଦେଇଛି । ଏହି କ୍ରମରେ ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିିଳିଛି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଶାସକ ଦଳକୁ ସମାଲୋଚନା କରିଥିବାର ଦେଖିବାକୁ ମିିଳିଛି । ତେବେ ବିଦ୍ୟୁତ ସଙ୍କଟର କାରଣ କହିବା ପରିବର୍ତ୍ତେ ଏହାର ସମାଧାନ କର ବୋଲି ଅଖିଳେଶ ଯାଦବ କହିଛନ୍ତି । ସେପଟେ ଶକ୍ତି ମନ୍ତ୍ରୀ ଏ କେ ଶର୍ମାଙ୍କ ଦ୍ୱାରା ଦିଆଯାଇଥିବା ସୂଚନାର ଏକ ଅଂଶ ସଂଲଗ୍ନ କରି ସେ ଏକ ଟୁଇଟ୍ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ବୈଷୟିକ କାରଣରୁ କିଛି ବିଦ୍ୟୁତ୍ ଉତ୍ପାଦନ ୟୁନିଟ୍ ବନ୍ଦ ହେବା ବିଷୟରେ କୁହାଯାଇଥିଲା । ଏନେଇ ଅଖିଳେଶ ଯାଦବ କହିଛନ୍ତି ଯେ ସରକାରଙ୍କ କାର‌୍ୟ୍ୟ ହେଉଛି ସମସ୍ୟାର କାରଣ କହିବା ନୁହେଁ ବରଂ ଏହାର ସମାଧାନ କରିବା। ଅନ୍ୟପଟେ ଗୋଟିଏ ଦିନ ପୂର୍ବରୁ ଶର୍ମା ଟ୍ୱିଟ୍ କରି କହିଛନ୍ତି, ବୈଷୟିକ କାରଣ ହେତୁ ୟୁପିରେ କିଛି ବିଦ୍ୟୁତ୍ ଉତ୍ପାଦନ ୟୁନିଟ୍ ଅନେକ ସପ୍ତାହ ପାଇଁ ବନ୍ଦ ରହିଛି ଯେଉଁଥିରେ ହାର୍ଡ଼ୁଆଗଞ୍ଜ -୬୬୦ ମେଗାୱାଟ, ମେଜା -୬୬୦ ମେଗାୱାଟ, ବାରା -୬୬୦ ମେଗାୱାଟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।

ସେଗୁଡିକର ସମାଧାନ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ଯୋଗାଣ ଆରମ୍ଭ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି । ଶୁକ୍ରବାର ଦିନ ଅଖିଳେଶ ଯାଦବ ଶାସକ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ଅଭିଯୋଗ କରିଛନ୍ତି ଯେ ଉତ୍ତାପ ଓ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ରାଜ୍ୟବାସୀ ଜଳି ଯାଉଛନ୍ତି। ଯାଦବ କହିଛନ୍ତି ଯେ ପୂର୍ବାଞ୍ଚଳରୁ ପଶ୍ଚିମ ଉତ୍ତରପ୍ରଦେଶ ପର‌୍ୟ୍ୟନ୍ତ ଲୋକମାନେ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ଦିନକୁ ଦିନ ରାଜ୍ୟରେ ବିଦ୍ୟୁତ ସଙ୍କଟ ବଢ଼ିବାରେ ଲାଗିଛି ବୋଲି କହିଛନ୍ତି । ଅନ୍ୟ ଏକ ଟୁଇଟ୍‌ରେ ଶର୍ମା ଶୁକ୍ରବାର ଦିନ କହିଛନ୍ତି, \”ଗ୍ରୀଷ୍ମ ଋତୁରେ ବିଦ୍ୟୁତର ଚାହିଦା ବଢ଼ିଛି । ବୈଷୟିକ କାରଣରୁ ଅନେକ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଯାଉଛି । ତେଣୁ ବିଦ୍ୟୁତ୍ ସଞ୍ଚୟ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କର। ଆମର ବିଦ୍ୟୁତ୍ କର୍ମଚାରୀମାନେ ଦିନରାତି କାର‌୍ୟ୍ୟ କରୁଛନ୍ତି। ନିରବଚ୍ଛିନ୍ନ ଯୋଗାଣ ନିଶ୍ଚିତ କରନ୍ତୁ ବୋଲି କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ବିଦ୍ୟୁତ୍ ବିଭାଗର ଏକ ସମୀକ୍ଷା ବୈଠକ କରି ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ବଜାୟ ରଖିବା ପାଇଁ ଅତିରିକ୍ତ ବିଦ୍ୟୁତ୍ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ଉଚିତ ବୋଲି ଯୋଗୀ କହିଛନ୍ତି । ଶକ୍ତି ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ଉତ୍ତରପ୍ରଦେଶରେ ବିଦ୍ୟୁତ ଚାହିଦା ପ୍ରାୟ ୨୨,୦୦୦ ମେଗାୱାଟ ଥିବାବେଳେ ଉପଲବ୍ଧତା ପ୍ରାୟ ୧୯,୦୦୦ ମେଗାୱାଟ କାରଣରୁ ଗାଁ ଓ ସହରରେ ବିଦ୍ୟୁତ କାଟ ହେଉଛି । ବିଦ୍ୟୁତ୍ ବିଭାଗ ପୂର୍ବରୁ ଉପଲବ୍ଧ ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ହାରାହାରି ୧୫ ଘଣ୍ଟା ଏବଂ ନିର୍ଦ୍ଧାରିତ ୧୮ ଘଣ୍ଟା ତୁଳନାରେ ସାତ ମିନିଟ୍ ବିଦ୍ୟୁତ୍ ଯୋଗାଣ ହେଉଛି।
ସେହିଭଳି, ସହରଗୁଡିକରେ ନିର୍ଦ୍ଧାରିତ ୨୧ ଘଣ୍ଟା ୩୦ ମିନିଟ୍ ଏବଂ ହାରାହାରି ୧୯ ଘଣ୍ଟା ୫୦ ମିନିଟ୍ ଏବଂ ତହସିଲ ମୁଖ୍ୟାଳୟରେ ୨୧ ଘଣ୍ଟା ୩୦ ମିନିଟ୍ ବିରୁଦ୍ଧରେ ୧୯ ଘଣ୍ଟା ୫୦ ମିନିଟ୍ ବିଦ୍ୟୁତ୍ ଯୋଗାଣ ହେଉଛି । ତେବେ ଜିଲ୍ଲା ମୁଖ୍ୟାଳୟରେ ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଣ କରାଯାଉଛି ବୋଲି ସେମାନେ କହିଛନ୍ତି। ବର୍ତ୍ତମାନ ଉତ୍ତରପ୍ରଦେଶରେ ସମୁଦାୟ ୫୮୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି ଏବଂ ଅବଶିଷ୍ଟ କିଣାଯାଉଛି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts