ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ: 9ଟି ପ୍ରସ୍ତାବରେ ବାଜିବ ମୋହର

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍ (ଶୁକ୍ରବାର) ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ 5.30 ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

ତେବେ ଏହି ବୈଠକରେ 9 ଟି ପ୍ରସ୍ତାବରେ କ୍ୟାବିନେଟର ମୋହର ବାଜିବା ନେଇ ସୂଚନା ମିଳିଛି ।

ଶୀତକାଳୀନ ବିଧାନସଭା ଅଧିବେଶନ ପୂର୍ବରୁ ବସିବ ଶେଷ କ୍ୟାବିନେଟ ବୈଠକ । ଆସନ୍ତା ମେକ ଇନ ଓଡିଶା କନକ୍ଲେଭ 2022 ଓ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ପ୍ରସ୍ତାବରେ ମୋହର ମାରିବ ରାଜ୍ୟ କ୍ୟାବିନେଟ ।

ବୈଠକରେ ଅର୍ଥ, ନଗର ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ରାଜସ୍ବ କ୍ରୀଡା ଓ ଶିଳ୍ପ ସମ୍ବନ୍ଧୀୟ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ।ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତାରେ କରିବେ । ସେହିପରି ମନ୍ତ୍ରୀ ଗଣ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ।

Related Posts