ପ୍ରଦେଶ କଂଗ୍ରେସ OBC ସେଲ୍ ଅଧ୍ୟକ୍ଷ ହେଲେ ବିଜୟାନନ୍ଦ ଚାଉଳିଆ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଦେଶ କଂଗ୍ରେସର OBC ସେଲର ଅଧ୍ୟକ୍ଷ ଭାବେ ମନୋନୀତ ହେଲେ ଯୁବନେତା ବିଜୟାନନ୍ଦ ଚାଉଳିଆ | ବିଜୟାନନ୍ଦଙ୍କୁ AICC ଅଧ୍ୟକ୍ଷ ନିଯୁକ୍ତି ଦେଇଥିବା ନେଇ ଏକ ପ୍ରେସ ରିଲିଜରେ ସୂଚନା ଦେଇଛନ୍ତି କଂଗ୍ରେସ ସଂଗଠନ ମହାସଚିବ କେସି ବେଣୁଗୋପାଳ | ବିହାରରେ ଜାତିଗତ ଜନଗଣନା ପରେ ଏବେ ଏହାକୁ ନେଇ ଚାରିଆଡେ ରାଜନୀତି ସରଗରମ | କଂଗ୍ରେସ ବିଶେଷ ଭାବରେ OBC ବର୍ଗଙ୍କ ଉପରେ ଧ୍ୟାନ ଦେଉଥିବା ବେଳେ ବିଜୟାନନ୍ଦଙ୍କୁ ରାଜ୍ୟ OBC ସେଲ ର ଦାୟିତ୍ୱ ମିଳିଛି | ଯାହାକୁ ବହୁ କଂଗ୍ରେସ ନେତା ଓ କର୍ମୀ ସ୍ୱାଗତ କରିଛନ୍ତି |

ଅନ୍ୟପଟେ ବିଜୟାନନ୍ଦ ଅନୁଗୁଳ ଜିଲ୍ଲାର ଜଣେ ଭଲ ସଂଗଠକ ଭାବେ ବେଶ ଜଣାଶୁଣା | ଗତ 2019 ନିର୍ବାଚନରେ ସେ ଆଠମଲ୍ଲିକ ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଧ୍ୟ ଲଢ଼ିଥିଲେ | ବିଜୟାନନ୍ଦଙ୍କ ନିଯୁକ୍ତି ପରେ ଏବେ ପ୍ରଦେଶ କଂଗ୍ରେସ ଯୁବ ନେତୃତ୍ୱଙ୍କୁ ପ୍ରାଧାନ୍ୟ ଦେଉଥିବା କୁହାଯାଉଛି | ଆଗାମୀ ନିର୍ବାଚନରେ କଂଗ୍ରେସ ସାରା ଦେଶରେ OBC ବର୍ଗଙ୍କ ଉପରେ ବିଶେଷ ଫୋକସ କରିବାକୁ ଯାଉଥିବାବେଳେ, ବିଜାୟାନନ୍ଦଙ୍କ ନିଯୁକ୍ତି ରାଜ୍ୟ କଂଗ୍ରସକୁ ମଧ୍ୟ ଫାଇଦା ଦେବ ବୋଲି କୁହାଯାଉଛି |

Related Posts