ଢ଼ିଙ୍କିଆରେ ପୁଲିସ ଜୁଲମ ବନ୍ଦ କର: ହାଇକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଢ଼ିଙ୍କିଆ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ଐତିହାସିକ ରାୟ ସାମ୍ନାକୁ ଆସିଛି । ତେବେ ପ୍ରସ୍ତାବିତ ଜେଏସଡବ୍ଲୁ ଇସ୍ପାତ କାରଖାନାସ୍ଥଳ ଢ଼ିଙ୍କିଆରେ ପୁଲିସର ପ୍ରବେଶକୁ ତୁରନ୍ତ ବନ୍ଦ କରାଯାଉ । ଏବଂ ସ୍ଥିତି ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାହିଁକିନା ପୂର୍ବରୁ ସେଠାକାର ସ୍ଥିତି ସମ୍ପର୍କରେ ଅବଗତ କରାଇବାରେ ଜଗତସିଂହପୁର ଜିଲ୍ଲାର କଲେକ୍ଟର ବିଫଳ ହୋଇଥିଲେ । ଅନ୍ୟପଟେ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଷ୍ଟାଟର୍ସ ରିପୋର୍ଟ ଦାଖଲ କରାଯିବା ଉଚିତ ଏବଂ ଗ୍ରାଉଣ୍ଡର ପରିସ୍ଥିତିକୁ ବିଷୟରେ ଜଣାଇବା ପାଇଁ ସ୍ଥାନୀୟ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ଦୁଇଟି ପିଆଇଏଲରେ ଦର୍ଶଯାଇଛି । କେବଳ ଏତିକି ନୁହେଁ ବରଂ ସ୍ଥାନୀୟ ଓକିଲଙ୍କ ଶୁଣାଣି ପରେ ପ୍ରଧାନ ବିଚାରପତି ଏସ ମୁରଲୀଧରନଙ୍କ ନେତୃତ୍ୱରେ ଏକ ଡିଭିଜନ ବେଞ୍ଚ ପୁଲିସର ବର୍ବରତାକୁ ନେଇ ବଡ଼ ବୟାନ ଦେଇଛନ୍ତି ।

ତେବେ ପୁଲିସ ଦ୍ୱାରା କରାଯାଇଥିବା ଅତ୍ୟାଚାର ଏବଂ ପୁଲିସର ପ୍ରବେଶକୁ ତୁରନ୍ତ ବନ୍ଦ କରାଯାଉ ବୋଲି କହିଛନ୍ତି । ସେପଟେ ବେଞ୍ଚ ଆଡଭୋକେଟ ଜେନେରାଲ ଅଶୋକ କୁମାର ପାରଜାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଷ୍ଟାଟର୍ସ ରିପୋର୍ଟ ଏକ ଆଫିଡେଭିଟ ଆକାରରେ ଦାଖଲ ହୋଇଛି । ଏବଂ ଏନେଇ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୩୧ରେ ହେବାକୁ ଯାଉଛି । ଏସବୁ ମଧ୍ୟରେ ଦୁଇଟି ପିଆଇଏଲର ଶୁଣାଣି ସମୟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିବା ଆଡଭୋକେଟ ଜେନେରାଲ ଢ଼ିଙ୍କିଆ ଗ୍ରାମର ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ମେମୋ ମାଧ୍ୟମରେ କୋର୍ଟଙ୍କୁ ସୂଚନା ଦେଇଛନ୍ତି । ଏବଂ ବିଶେଷକରି ଜିଲ୍ଲା ପ୍ରଶାସନ ଓ ପୁଲିସ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । କେବଳ ଏତିକି ନୁହେଁ ବରଂ ଉକ୍ତ ସ୍ଥାନରେ ସିମେଣ୍ଟ ଓ ଇସ୍ପାତ କାରଖାନା ହେଲେ ସେଠାକାର ଆର୍ଥିକ ସ୍ଥିତିକୁ ଦ୍ୱିଗୁଣିତ କରିବ ବୋଲି କହିଛନ୍ତି । ଏହା ସହ ଜମି ଅଧିଗ୍ରହଣକୁ ନେଇ କିଛି ସ୍ଥାନୀୟ ଲୋକ ଆପତ୍ତି ଜଣାଇବା ଦ୍ୱାରା ପୁଲିସ ଓ ବିରୋଧୀକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି ବୋଲି ମଧ୍ୟ କହିଛନ୍ତି ।

ଅନ୍ୟପଟେ ଜାନୁଆରୀ ୧୪ ତାରିଖରେ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ଢ଼ିଙ୍କିଆ ଗ୍ରାମର ବାସିନ୍ଦାଙ୍କ ସାଧାରଣ ଜୀବନ ଗୁରୁତର ଭାବରେ ପ୍ରଭାବିତ ହୋଇଛି ବୋଲି ହାଇକୋର୍ଟର ତିନିଜଣ ଓକିଲ କୋର୍ଟରେ ଆବେଦନ କରିଛନ୍ତି। ଅନେକ ଗ୍ରାମବାସୀ ଭୟରେ ଏପର୍ଯ୍ୟନ୍ତ ସ୍ଥାନୀୟ ଜଙ୍ଗଲରେ ଲୁଚି ରହିଛନ୍ତି । ଏପରିକି ନିଜ ଘରକୁ ଫେରିବା ପାଇଁ ମଧ୍ୟ ସାହସ ଜୁଟାଇ ପାରୁନାହାନ୍ତି ବୋଲି ଆବେଦନ ପତ୍ରରେ ଦର୍ଶଯାଇଛି । ଏହି ସଂଘର୍ଷରେ ଶିଶୁ, ମହିଳା ଏବଂ ବୃଦ୍ଧ ବ୍ୟକ୍ତିଙ୍କ ସମେତ ଚାଳିଶ ଜଣ ଗ୍ରାମବାସୀ ଆହତ ହୋଇଥିଲେ ଯେଉଁଥିରେ ଅନ୍ୟଏକ ପିଟିସନରେ ଦର୍ଶାଯାଇଥିଲା ଯେ ପୁଲିସ ଏବଂ ଜିଲ୍ଲାପ୍ରଶାସନ କରୁଥିବା ଅତ୍ୟାଚାର ବିଷୟରେ ଅଭିଯୋଗ ହୋଇଥିଲା ।

ଏବଂ ସରକାରଙ୍କୁ ଢ଼ିଙ୍କିଆରୁ ବଳ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ମଧ୍ୟରେ ଗ୍ର୍ରାମବାସୀଙ୍କୁ ରାସନ ଏବଂ ଔଷଧ ଭଳି ଜରୁରି ବ୍ୟବସ୍ଥା ଯୋଗାଦିଆଉ ବୋଲି ଏହି ଆବେଦନକୁ ପଢ଼ିଲା ପରେ ରାଜ୍ୟସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରାଜ୍ୟର ପ୍ରାୟ ୧୨ରୁ ଅଧିକ ବିରୋଧୀ ଦଳ ଏକାଠି ହୋଇ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କୁ ଭେଟି ଢ଼ିଙ୍କିଆ ଗ୍ରାମବାସୀଙ୍କ ଉପରେ ପୁଲିସର ଅତ୍ୟାଚାର ବନ୍ଦ କରିବାକୁ ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ।

Related Posts