ଅଷ୍ଟମ ଶ୍ରେଣୀର ୫୬{803a785dbb02f98c02c6fa28b2f90dce02ec643d6792a5e1e7d8c47052c3326e} ଛାତ୍ରଛାତ୍ରୀ କରିପାରନ୍ତିନି ସାଧାରଣ ଗଣିତ, ୨୭{803a785dbb02f98c02c6fa28b2f90dce02ec643d6792a5e1e7d8c47052c3326e} ପଢ଼ିବାକୁ ଅକ୍ଷମ

ଦେଶରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ । ଶିକ୍ଷା ଅଧିକାର ଲାଗୁ ହେବା ପରେ ସାକ୍ଷରତା ସଂଖ୍ୟା ବଢ଼ିଛି । କିନ୍ତୁ ଶିକ୍ଷାର ମାନ ଆଶାତୀତ ଭାବେ ତଳକୁ ଖସିଛି । ଅଷ୍ଟମ ଶ୍ରେଣୀ ପାସ୍‌ କରିଥିବା ଅଧିକାଂଶ ଛାତ୍ରଛାତ୍ରୀ ସାମାନ୍ୟ ଗଣିତ କରି ପାରୁନାହାନ୍ତି । ସେହିପରି 27 ପ୍ରତିଶତ ପିଲା ସାଧାରଣ ଲେଖା ପଢ଼ିବାରେ ଅକ୍ଷମ ।

‘ପ୍ରଥମ’ ନାମକ ଏକ ଏନ୍‌ଜିଓ ଦ୍ୱାରା ପ୍ରକାଶ ପାଇଥିବା ୨୦୧୮ର ବାର୍ଷିକ ଷ୍ଟେଟ୍‌ ଅଫ୍‌ ଏଜୁକେଶନାଲ ରିପୋର୍ଟରେ ଯେଉଁ ତଥ୍ୟ ଦର୍ଶାଯାଇଛି ତାହା ଦେଶର ବର୍ତ୍ତମାନ ଓ ଭବିଷ୍ୟତ ଦୃଷ୍ଟିରୁ ଚିନ୍ତାରେ ପକାଇବା ଭଳି ।

ରିପୋର୍ଟ ଅନୁସାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ୫୬ ପ୍ରତିଶତ ଛାତ୍ରଛାତ୍ରୀ ଗଣିତର ସାଧାରଣ ମିଶାଣ, ଫେଡ଼ାଣ, ସଂଖ୍ୟା ଗଣିତ ବୁଝିବାରେ ଅକ୍ଷମ । ପିଲାମାନଙ୍କ ମଧ୍ୟରେ ପଢ଼ିବା ସମସ୍ୟା ଅଧିକ ଦେଖାଯାଉଛି । ଦେଶର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ୮ମ ଶ୍ରେଣୀ ପାସ୍‌ ପରେ ପାଠ ଛାଡ଼ି ଦେଉଛନ୍ତି ।

ତେବେ ପିଲାଙ୍କ ଶିକ୍ଷା ସ୍ତରରେ ଗତ ଦଶ ବର୍ଷ ଭିତରେ କିଛିଟା ଉନ୍ନତି ଆସିଛି । ୨୦୦୮ରେ ୫ମ ଶ୍ରେଣୀର ୩୭ ପ୍ରତିଶତ ଛାତ୍ରଛାତ୍ରୀ ସାଧାରଣ ଗଣିତ କରିପାରୁଥିଲେ । ଏବେ ଏହି ହାର ହେଉଛି ୨୮ ପ୍ରତିଶତ । ୨୦୧୬ରେ ଏହା ୨୬ ପ୍ରତିଶତ ଥିଲା ।

Related Posts