ରାଫେଲ୍‌ ଡିଲ୍‌ର ଯାଂଚ ହେବ ନା ନାହିଁ ? ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ରାଫେଲ୍‌ ଡିଲ୍‌ ମାମଲାର ତଦନ୍ତ ଦାବି ନେଇ ଆଗତ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେଲା । ଶୁଣାଣି ପରେ ସର୍ବୋଚ୍ଚ ଅଦାଲତ ମାମଲା ଉପରେ ନିଜର ରାୟ ସଂରକ୍ଷିତ ରଖିଲେ ।

ସୁପ୍ରିମକୋର୍ଟ ରାଫେଲ୍‌ ଡିଲ୍‌ ମାମଲାରେ ତଦନ୍ତ ଦାବି ନେଇ ଆଗତ ମାମଲା ଉପରେ ଶୁଣାଣି ପରେ ନିଜ ରାୟ ସଂରକ୍ଷିତ ରଖିଛନ୍ତି । ବୁଧବାର ରାଫେଲ୍‌ ଡିଲ୍‌କୁ ନେଇ ସୁପ୍ରିମକୋର୍ଟ ଓ ଆବେଦନ ଉପରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେଲା ।

ସର୍ବୋଚ୍ଚ ଅଦାଲତରେ କରାଯାଇଥିବା ଏହି ଆବେଦନରେ ରାଫେଲ୍‌ ଡିଲ୍‌ର ମୂଲ୍ୟ ଓ ତାର ଲାଭ ନେଇ ତଦନ୍ତ କରିବାକୁ ଦାବି କରାଯାଇଥିଲା । ଗତ ଶୁଣାଣିରେ କେନ୍ଦ୍ର ସରକାର 36 ରାଫେଲ୍‌ ଯୁଦ୍ଧ ବିମାନର ମୂଲ୍ୟ ଓ ତାର ଲାଭ ବାବଦରେ ଅଦାଲତରେ ଦୁଇଟି ଲଫାପାରେ ରିପୋର୍ଟ ଦେଇଥିଲେ । ଏହି ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠରେ ଅଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌କେ କୌଲ ଓ ଜଷ୍ଟିସ୍‌ କେ.ଏମ୍‌ ଜୋସେଫ୍‌ ।

ଆବେଦନକାରୀମାନେ ସର୍ବୋଚ୍ଚ ଅଦାଲତଙ୍କ ନିରୀକ୍ଷଣରେ ରାଫେଲ୍‌ ଡିଲ୍‌ର ତଦନ୍ତ ଦାବି କରିଥିଲେ । ଆଟର୍ଣ୍ଣି ଜେନେରାଲ୍‌ ବେଣୁଗୋପାଳ ସୁପ୍ରିମକୋର୍ଟରେ କହିଲେ ଯେ ଆମେ ରାଫେଲର ମୂଲ୍ୟ ବାବଦରେ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛୁ । କିନ୍ତୁ ଏହାକୁ ରିଭ୍ୟୁ କରିବା ବିଶେଷଜ୍ଞଙ୍କ କାମ । ଏହାକୁ ନ୍ୟାୟପାଳିକା ରିଭ୍ୟୁ କରିପାରିବ ନାହିଁ ।

ବାୟୁସେନା ଅଫିସରଙ୍କୁ ପ୍ରଶ୍ନ ପଚାରିଲେ ମୁଖ୍ୟ ବିଚାରପତି

ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ଏୟାରଫୋର୍ସର ଦୁଇ ଜଣ ବଡ଼ ଅଫିସର ବୁଧବାର ଅଦାଲତରେ ହାଜର ହୋଇଥିଲେ । ଏୟାର ମାର୍ଶଲ୍‌ ବି.ଆର୍‌ ଚୌଧୁରୀ, କମାଣ୍ଡର ଇନ୍‌ ଚିଫ୍‌ ଇଷ୍ଟର୍ଣ୍ଣ କମାଣ୍ଡ ଆଲୋକ ଖୋସଲା ଅଦାଲତକୁ ଯାଇଥିଲେ । ସୁପ୍ରିମକୋର୍ଟ ଜଜ୍‌ ମାନେ ବାୟୁସେନା ଅଧିକାରୀଙ୍କୁ ବହୁ ପ୍ରଶ୍ନ ପଚାରିଲେ ।

ମୁଖ୍ୟ ବିଚାରପତି – ବାୟୁସେନାରେ ସବୁଠାରୁ ନୂଆ ବିମାନ କେଉଁଟା ଆସିଛି ?

ବାୟୁସେନା ଅଧିକାରୀ – ସୁଖୋଇ 30

ମୁଖ୍ୟ ବିଚାରପତି- କ’ଣ ଏହି ନୂଆ ବିମାନ 4th ଜେନେରେସନ୍‌ର ?

ବାୟୁସେନା ଅଧିକାରୀ – 3.5

ମୁଖ୍ୟ ବିଚାରପତି – ମିରାଜ ବାୟୁ ସେନାକୁ କେବେ ଆସିଲା ?

ବାୟୁସେନା ଅଧିକାରୀ – 1985

ମୁଖ୍ୟ ବିଚାରପତି – ଏବେ ଯେଉଁ ନୂଆ ବିମାନ ଆସିବାକୁ ଅଛି, ତାହା କେଉଁ ଜେନେରେସନର ?

ବାୟୁସେନା ଅଧିକାରୀ – 5th ଜେନେରେସନ୍‌ର

ଜଷ୍ଟିସ୍‌ ଜୋସେଫ୍‌ ପଚାରିଲେ ଯେ ପୁରୁଣା ଆର୍‌ପିଏଫ୍‌ 2015 ଜୁନ୍‌ରେ ଫେରସ୍ତ ନିଆଯାଇଥିଲା ଓ ନୂଆ ଆର୍‌ପିଏଫ୍‌ ପେଣ୍ଡିଂ ଥିଲା । ତେବେ ପ୍ରଧାନମନ୍ତ୍ରୀ କେମିତି ଡିଲ୍‌ ଘୋଷଣା କରିଦେଲେ ?

Related Posts