ଏଥର ତ୍ରିଶଙ୍କୁ ଲୋକସଭା, 2019ରେ ମୋଦି ସରକାରଙ୍କୁ ମିଳିବ ନାହିଁ ବହୁମତ : ସର୍ଭେ

ଆଗାମୀ ଲୋକସଭା ନିର୍ବାଚନରେ ଦେଶର ଜନତାଙ୍କ ମିଜାଜ୍‌ ଜାଣିବା ପାଇଁ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଛି । ଏଥିରେ ଚମକାଇବା ଭଳି ଫଳାଫଳ ସାମ୍ନାକୁ ଆସିଛି ।

ଲୋକସଭା ନିର୍ବାଚନକୁ ଏବେ 100 ଦିନରୁ ବି କମ୍‌ ସମୟ ବାକି । ରାଜନୈତିକ ଦଳମାନେ ନିଜ ନିଜର ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବାରେ ଲାଗି ପଡ଼ିଛନ୍ତି । ରାଜନୀତିରେ ନୂଆ ନୂଆ ସମୀକରଣ ହେଉଛି । ବହୁ ଆଞ୍ଚଳିକ ଓ ଛୋଟ ଦଳ ପରସ୍ପର ସହ ମେଣ୍ଟ କରି ନିଜ ଶକ୍ତି ବଢ଼ାଇବାରେ ଲାଗି ପଡ଼ିଛନ୍ତି । ସବୁଠି ସେହି ଗୋଟିଏ ପ୍ରଶ୍ନ 2019ରେ କାହାର ସରକାର ହେବ ଆଉ କିଏ ହାରିବ ।

ରାଜନୀତିର ଏହି ସ୍ବର ଶବ୍ଦ ଭିତରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଆଜତକ୍‌ କାର୍ବି ଇନସାଇଟ୍‌ ସହ ମିଶି କରିଥିବା ଏକ ସର୍ଭେର ରିପୋର୍ଟ ପ୍ରକାଶ ପାଇଛି । 2019ରେ ବି କ’ଣ 2014 ଭଳି ପରିଣାମର ପୁନରାବୃତ୍ତି ହେବ ବା କେନ୍ଦ୍ରରେ କ’ଣ ଏଥର କୌଣସି ନୂଆ ସରକାର ଦେଖିବାକୁ ମିଳିବ ଏହାର ଉତ୍ତର ଏହି ସର୍ଭେରେ ଖୋଜିବାକୁ ଉଦ୍ୟମ କରାଯାଇଥିଲା ।
ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ 2014 ତୁଳନାରେ 2019ରେ ଭୋଟ ଦୃଷ୍ଟିରୁ ବଡ଼ ଫରକ ଦେଖିବାକୁ ମିଳିବ ।

2014ରେ ଏନ୍‌ଡିଏକୁ 38 ପ୍ରତିଶତ ଭୋଟ ମିଳିଥିଲା । ୟୁପିଏ ଭାଗରେ ଆସିଥିବା ମାତ୍ର 23 ପ୍ରତିଶତ ଭୋଟ । ଅନ୍ୟ ଦଳଙ୍କ ଭାଗରେ 39 ପ୍ରତିଶତ ଭୋଟ ଯାଇଥିଲା । ଗତ ଡିସେମ୍ବର 28ରୁ ଜାନୁଆରୀ 8 ତାରିଖ ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ଦେଶର ବର୍ତ୍ତମାନ ସ୍ଥିତିକୁ ଦେଖି ଭୋଟ ପ୍ରତିଶତ ବଦଳୁଥିବା ଦେଖାଯାଉଛି ।

ଏନ୍‌ଡିଏର ଭୋଟ୍‌ 3 ପ୍ରତିଶତ କମି 35ରେ ପହଞ୍ଚୁଥିବାବେଳେ ୟୁପିଏ ଖାତାରେ ପ୍ରାୟ 10 ପ୍ରତିଶତ ଭୋଟ ଯୋଡ଼ି ହୋଇଯାଇଛି । ୟୁପିଏକୁ 33 ପ୍ରତିଶତ ଭୋଟ ମିଳୁଥିବାବେଳେ ଅନ୍ୟ ଦଳଙ୍କୁ 32 ପ୍ରତିଶତ ଭୋଟ ମିଳୁଥିବା ସର୍ଭେ ରିପୋର୍ଟରେ କୁହାଯାଇଛି ।

ଏହି ଭୋଟ ପ୍ରତିଶତକୁ ସିଟ୍‌ରେ ପରିବର୍ତ୍ତିତ କଲେ ଆଗାମୀ ପାଞ୍ଚ ବର୍ଷ ପାଇଁ ଲୋକସଭାର ଚିତ୍ର ସ୍ପଷ୍ଟ ହେଉନାହିଁ । ଷୋଡ଼ଶ ଲୋକସଭା ତ୍ରିଶଙ୍କୁ ହେବା ଭଳି ଦେଖାଯାଉଛି, ଯେଉଁଥିରେ କୌଣସି ଦଳ ବା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ । ସବୁଠାରୁ ଅଧିକ କ୍ଷତି ବିଜେପି ନେତୃତ୍ବାଧୀନ ଏନ୍‌ଡିଏକୁ ହେଉଛି ।

କାରଣ ଏନ୍‌ଡିଏର ସିଟ୍‌ ସଂଖ୍ୟା 99ଟି କମି 237 ଯାଏଁ ପହଞ୍ଚି ଯିବ ବୋଲି ସର୍ଭେରେ କୁହାଯାଇଛି । ଅନ୍ୟପଟେ ୟୁପିଏ ପୁଣି ଥରେ କେନ୍ଦ୍ର ଦୃଶ୍ୟପଟ୍ଟକୁ ଫେରୁଥିବା ଦେଖାଯାଉଛି । ୟୁପିଏର ସିଟ୍‌ ସଂଖ୍ୟା 106 ବଢ଼ି 166ଟି ଆସନ ମିଳିବା ଭଳି ରିପୋର୍ଟରେ କୁହାଯାଇଛି । ଅନ୍ୟାନ୍ୟ ଦଳ(ଅଣ ଏନ୍‌ଡିଏ, ଅଣ ୟୁପିଏ ଦଳ) ମାନଙ୍କ ଆସନ ସଂଖ୍ୟା 2014ରେ 153 ତୁଳନାରେ 140 ରହିବ ବୋଲି ପୂର୍ବାନୁମାନ କରାଯାଉଛି । ୟୁପିଏକୁ 33 ପ୍ରତିଶତ ଭୋଟ ମିଳୁଥିବାବେଳେ ଅନ୍ୟ ଦଳଙ୍କୁ 32 ପ୍ରତିଶତ ଭୋଟ ମିଳୁଥିବା ସର୍ଭେ ରିପୋର୍ଟରେ କୁହାଯାଇଛି ।

ଏହି ଭୋଟ ପ୍ରତିଶତକୁ ସିଟ୍‌ରେ ପରିବର୍ତ୍ତିତ କଲେ ଆଗାମୀ ପାଞ୍ଚ ବର୍ଷ ପାଇଁ ଲୋକସଭାର ଚିତ୍ର ସ୍ପଷ୍ଟ ହେଉନାହିଁ । ଷୋଡ଼ଶ ଲୋକସଭା ତ୍ରିଶଙ୍କୁ ହେବା ଭଳି ଦେଖାଯାଉଛି, ଯେଉଁଥିରେ କୌଣସି ଦଳ ବା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ । ସବୁଠାରୁ ଅଧିକ କ୍ଷତି ବିଜେପି ନେତୃତ୍ବାଧୀନ ଏନ୍‌ଡିଏକୁ ହେଉଛି । କାରଣ ଏନ୍‌ଡିଏର ସିଟ୍‌ ସଂଖ୍ୟା 99ଟି କମି 237 ଯାଏଁ ପହଞ୍ଚି ଯିବ ବୋଲି ସର୍ଭେରେ କୁହାଯାଇଛି ।

ଅନ୍ୟପଟେ ୟୁପିଏ ପୁଣି ଥରେ କେନ୍ଦ୍ର ଦୃଶ୍ୟପଟ୍ଟକୁ ଫେରୁଥିବା ଦେଖାଯାଉଛି । ୟୁପିଏର ସିଟ୍‌ ସଂଖ୍ୟା 106 ବଢ଼ି 166ଟି ଆସନ ମିଳିବା ଭଳି ରିପୋର୍ଟରେ କୁହାଯାଇଛି । ଅନ୍ୟାନ୍ୟ ଦଳ(ଅଣ ଏନ୍‌ଡିଏ, ଅଣ ୟୁପିଏ ଦଳ) ମାନଙ୍କ ଆସନ ସଂଖ୍ୟା 2014ରେ 153 ତୁଳନାରେ 140 ରହିବ ବୋଲି ପୂର୍ବାନୁମାନ କରାଯାଉଛି ।

ଏହି ସର୍ଭେରେ ଏନ୍‌ଡିଏରେ ଯେଉଁ ରାଜନୈତିକ ଦଳ ସାମିଲ୍‌ ଅଛନ୍ତି ସେମାନଙ୍କ ଭିତରେ ଅଛନ୍ତି ବିଜେପି, ଆପ୍‌ନା ଦଳ, ଜେଡିୟୁ, ଅଲ୍‌ଇଣ୍ଡିଆ ଏନ୍‌ ରଙ୍ଗାସ୍ବାମୀ କଂଗ୍ରେସ, ବୋଡୋ ପିପୁଲ୍ସ ଫ୍ରଣ୍ଟ, ଡିଏମ୍‌ଡିଏ, ଆସାମ ଗଣ ପରିଷଦ, ନାଗା ପିପୁଲ୍ସ ଫ୍ରଣ୍ଟ, ପିଏମ୍‌କେ, ନ୍ୟାସନାଲ୍‌ ପିପୁଲ୍ସ ପାର୍ଟି, ଆର୍‌ପିଆଇ(ଏ), ଶିରୋମଣି ଅକାଳି ଦଳ, ସିକ୍କିମ୍‌ ଡେମୋକ୍ରେଟିକ୍‌ ଫ୍ରଣ୍ଟ ଓ ଶିବସେନା ।

ୟୁପିଏରେ କଂଗ୍ରେସ ସହ ଡିଏମ୍‌କେ, ଜେଡିଏସ୍‌, ନ୍ୟାସନାଲ୍‌ କନଫରେନ୍ସ, ଜେଏମ୍‌ଏମ୍‌, କେରଳ କଂଗ୍ରେସ, ଆଇୟୁଏମ୍‌ଏଲ୍‌, ଏନ୍‌ସିପି, ରାଷ୍ଟ୍ରୀୟ ଲୋକଦଳ, ଆର୍‌ଜେଡି, ତେଲଗୁଦେଶର ପାର୍ଟିଙ୍କୁ ସାମିଲ୍‌ କରାଯାଇଛି ।

ଅନ୍ୟ ଦଳଙ୍କ ଭିତରେ ଅଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି, ଏଡିଏମ୍‌କେ, ଫରୱାର୍ଡ ବ୍ଲକ୍‌, ଟିଏମ୍‌ସି, ଏଆଇୟୁଡିଏଫ୍‌, ବିଜେଡି, ସିପିଆଇ, ସିପିଆଇଏମ୍‌, ଇଣ୍ଡିଆନ୍‌ ନ୍ୟାସନାଲ୍‌ ଲୋକଦଳ, ପିଡିପି, ମହାରାଷ୍ଟ୍ର ନବ ନିର୍ମାଣ ସେନା, ଏନ୍‌ଏଲ୍‌ପି, ଆର୍‌ଏସ୍‌ପି, ଟିଆର୍‌ଏସ୍‌, ୱାଇଏସ୍‌ଆର୍‌ କଂଗ୍ରେସ, ଏସ୍‌ପି, ବିଏସ୍‌ପି ଓ ଆର୍‌ଏଲ୍‌ଡି ମେଣ୍ଟ ।

Related Posts